Investigation Into Orangutans: ବାଲେଶ୍ୱର ଓରାଙ୍ଗଉଟାନ ରହସ୍ୟ: ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେବ STF

Sep 15, 2026 - 12:42
Investigation Into Orangutans: ବାଲେଶ୍ୱର ଓରାଙ୍ଗଉଟାନ ରହସ୍ୟ: ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେବ STF

ବାଲେଶ୍ବର ଭୋଗରାଇ ଅଂଚଳରୁ ୫ ବଣମଣିଷ ଉଦ୍ଧାର ଘଟଣା। କେଉଁଠୁ ଓଡ଼ିଶାକୁ ଆସିଲେ ଏହି ଓରାଙ୍ଗଉଟାନ ଚାଲିଛି ଖୋଳତାଡ଼। ମାମଲାରେ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେବ ଓଡ଼ିଶା STF। ପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ସମାନ ପରିସ୍ଥିତିରେ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ। ତଦନ୍ତରେ ସେମାନଙ୍କ ଅନୁଭବ ଓ ସୂଚନା ଅଧିକ ସହାୟକ ହେବ।

୨୦୨୨ରେ ଆସାମର କାଚାର ଜିଲ୍ଲାରୁ ୨ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ । ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲ୍ଲାରୁ ଆଉ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ସେହିପରି ୨୦୨୪ରେ ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିଭଲିର ଏକ ଆପାର୍ଟମେଣ୍ଟରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ବାଲେଶ୍ୱର ଜଙ୍ଗଲରୁ ୫ ଶିଶୁ ଓରାଙ୍ଗଉଟାନ ମିଳିବା ପରେ ବନ୍ୟଜୀବ କାରବାରରେ ଅନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହ ବଢ଼ିଛି। ଯେଉଁ ରାଜ୍ୟଗୁଡ଼ିକରୁ ପୂର୍ବରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା ସେହି ରାଜ୍ୟର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବ।

ତଦନ୍ତରେ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ଓଡ଼ିଶା STFକୁ ସହଯୋଗ କରୁଛି। STF ପୂର୍ବରୁ ପାଇଥିବା CCTV ଫୁଟେଜରେ ବାଲେଶ୍ୱର ଜଙ୍ଗଲ ନିକଟରେ ଏକ କଳା ଏସୟୁଭି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଗାଡ଼ିରେ ଓରାଙ୍ଗଉଟାନଗୁଡ଼ିକୁ ଓଡ଼ିଶାକୁ ଅଣାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଦୀଘାର ଏକ ହୋଟେଲ ପର୍ଯ୍ୟନ୍ତ ଏହି ଥାର ଗାଡ଼ିକୁ ଟ୍ରାକ୍ କରିଛି। ତେବେ ଗାଡ଼ିରେ ଥିବା ବ୍ୟକ୍ତିମାନେ ଓରାଙ୍ଗଉଟାନ ଗୁଡ଼ିକୁ ବାଲେଶ୍ୱର ଜଙ୍ଗଲରେ ନେଇ ଛାଡ଼ିବା ଘଟଣାରେ ସମ୍ପୃକ୍ତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...

ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ବଣମଣିଷ ଉଦ୍ଧାର ଘଟଣା
କେଉଁଠୁ ଆସିଲେ, କିଏ ଚାଲାଣରେ ସମ୍ପୃକ୍ତ ଚାଲିଛି ଖୋଳତାଡ଼
ଅନ୍ୟ ରାଜ୍ୟର ସହାୟତା ନେବ ଓଡ଼ିଶା ପୋଲିସ 
ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେବ STF
ପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ଉଦ୍ଧାର ହୋଇଥିଲେ ଓରାଙ୍ଗଉଟାନ
୨୦୨୨ରେ ଆସାମର କାଚାର ଜିଲ୍ଲାରୁ ୨ଟି ଉଦ୍ଧାର ହୋଇଥିଲେ 
୨୦୨୩ରେ ମିଜୋରାମର ଆଇଜଲ ଜିଲ୍ଲାରୁ ଗୋଟିଏ ଉଦ୍ଧାର ହୋଇଥିଲା 
୨୦୨୪ରେ ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ଗୋଟିଏ ଉଦ୍ଧାର ହୋଇଥିଲା
ସେତେବେଳେ ତଦନ୍ତ କରିଥିବା ପୋଲିସ ଟିମର ସହାୟତା ନେବ STF

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।