Investment: ଅକ୍ଟୋବରରେ ବିଦେଶୀ ନିବେଶକ ଉଠାଇନେଲେଣି ୪୪,୧୬୬ କୋଟି

Oct 11, 2026 - 19:02
Investment: ଅକ୍ଟୋବରରେ ବିଦେଶୀ ନିବେଶକ ଉଠାଇନେଲେଣି ୪୪,୧୬୬ କୋଟି

"ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ଅକ୍ଟୋବର ମାସର ବର୍ତ୍ତମାନ ସୁଦ୍ଧା ୪୪,୧୬୬ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ଏହାଫଳରେ ୨୦୨୬ରେ ଭାରତୀୟ ସେୟାର ବଜାରରୁ ସେମାନଙ୍କ ମୋଟ ପୁଞ୍ଜି ପ୍ରତ୍ୟାହାର ୩.୦୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଅଶୋଧିତ ତୈଳର ଉଚ୍ଚ ଦର, ଡଲାରର ଶକ୍ତିଶାଳୀ ସ୍ଥିତି ଓ ଆମେରିକାର ସରକାରୀ ବଣ୍ଡ୍‌ର ଅଧିକ ଲାଭ ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରୁଛି।Advertisment ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍‌ (ଏନ୍‌ଏସ୍‌ଡିଏଲ୍‌)ର ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ବିଦେଶୀ ନିବେଶକ ୩୫,୮୬୧ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ।

ଏହା ପୂର୍ବରୁ ଜୁଲାଇରେ ୨୦,୨୦୦ କୋଟି ଓ ଅଗଷ୍ଟରେ ୨୯,୬୩୧ କୋଟି ଟଙ୍କା ନିବେଶ କରିଥିଲେ।

୨୦୨୫ରେ ସେମାନଙ୍କ ମୋଟ ପୁଞ୍ଜି ପ୍ରତ୍ୟାହାର ୧.୬୬ ଲକ୍ଷ କୋଟି ଟଙ୍କା ଥିଲା।

Accenture: ସେୟାର ବଜାର ଦୋହଲାଇ ଦେଲା ଆକ୍ସେଞ୍ଚର: ସେନ୍‌ସେକ୍ସ ୬୦୭ ପଏଣ୍ଟ ଖସିଲା ବିଶେଷଜ୍ଞଙ୍କ ମତରେ, ଉପସାଗରୀୟ ଅଞ୍ଚଳରେ ତୈଳ ଯୋଗାଣକୁ ନେଇ ଅନିଶ୍ଚିତତା ଏବଂ ଆମେରିକାର ୧୦ ବର୍ଷିଆ ସରକାରୀ ବଣ୍ଡ୍‌ର ଲାଭ ୫.୨ ପ୍ରତିଶତରୁ ଅଧିକ ରହିବା ଯୋଗୁଁ ବିଦେଶୀ ନିବେଶକ ଭାରତ ବଦଳରେ ଅନ୍ୟ ବଜାରରେ ଅର୍ଥ ଲଗାଉଛନ୍ତି।

ଏସିଆର ଉତ୍ତର ଭାଗରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ କମ୍ପାନିଗୁଡ଼ିକର ସେୟାର ଦର ବଢ଼ିବା ମଧ୍ୟ ସେଠାକୁ ପୁଞ୍ଜି ଆକର୍ଷିତ କରୁଛି।

ଜିଓଜିତ୍ ଇନଭେଷ୍ଟମେଣ୍ଟସ୍‌ର ମୁଖ୍ୟ ନିବେଶ ରଣନୀତିକାର ଭି.

କେ.

ବିଜୟକୁମାରଙ୍କ ମତରେ, ଚଳିତ ବର୍ଷ ଭାରତୀୟ ସେୟାର ବଜାରର ଦୁର୍ବଳ ପ୍ରଦର୍ଶନ ପଛରେ ବିଦେଶୀ ନିବେଶକଙ୍କ ବିକ୍ରି ଏକ ପ୍ରମୁଖ କାରଣ।

ଅନ୍ୟପକ୍ଷରେ, ବିଦେଶୀ ନିବେଶକଙ୍କ ବିକ୍ରି ସତ୍ତ୍ୱେ ଘରୋଇ ନିବେଶକଙ୍କ ପୁଞ୍ଜି ପ୍ରବାହ ଜାରି ରହିଛି।

ଆମେରିକୀୟ ବଣ୍ଡ୍‌ର ଲାଭ ହ୍ରାସ ପାଇବା ଏବଂ ଭାରତୀୟ ସେୟାରର ମୂଲ୍ୟ ଆକର୍ଷଣୀୟ ହେବା ପରେ ବିଦେଶୀ ପୁଞ୍ଜି ପ୍ରବାହରେ ପରିବର୍ତ୍ତନ ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।