Metro train: ଚେନ୍ନାଇ ମେଟ୍ରୋର ୪,୯୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦୀ
"ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ନିର୍ମିତ ପୁନମଲ୍ଲୀ ବାଇପାସ୍ରୁ ବଡପାଳନି ପର୍ଯ୍ୟନ୍ତ ମେଟ୍ରୋ ରେଳପଥକୁ ରବିବାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୫ କିଲୋମିଟର ଦୀର୍ଘ ରେଳପଥରେ ମୋଦୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ସହ ମେଟ୍ରୋରେ ଯାତ୍ରା ମଧ୍ୟ କରିଛନ୍ତି।
ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଉପସ୍ଥିତ ଥିଲେ।Advertisment ମେଟ୍ରୋ ସେବାର ଶୁଭାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣିଥିଲେ ଏବଂ ସେଠାରେ ଜଣେ କର୍ମଚାରୀଙ୍କ ସହ କିଛି ସମୟ କଥା ହୋଇଥିଲେ।
ଏହାପରେ ସେ ମୁଖ୍ୟମନ୍ତ୍ରୀ ବିଜୟ ଓ ଅନ୍ୟ ଅଧିକାରୀଙ୍କ ସହ ମେଟ୍ରୋରେ ଯାତ୍ରା କରିଥିଲେ।
ନୂଆ ରେଳପଥଟି ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର କରିଡର୍-୪ର ଅଂଶ।
ଏଥିରେ ୧୧ଟି ଉଚ୍ଚତାରେ ନିର୍ମିତ (ଏଲିଭେଟେଡ୍) ଷ୍ଟେସନ ରହିଛି।
ଏହି ପ୍ରକଳ୍ପ ଦ୍ୱାରା ଚେନ୍ନାଇର ପଶ୍ଚିମ ଉପକଣ୍ଠ ଅଞ୍ଚଳ ସହ ସହରର କେନ୍ଦ୍ରସ୍ଥଳର ଯୋଗାଯୋଗ ଅଧିକ ସୁଗମ ହେବ।
ଏଥିସହ ଦୈନନ୍ଦିନ ଯାତ୍ରୀଙ୍କ ଯାତାୟାତ ସମୟ ହ୍ରାସ ପାଇବା ସହ ସଡ଼କରେ ଯାନବାହନ ଭିଡ଼ କମିବା ଆଶା କରାଯାଉଛି।
Noida Airport: ଜେୱର ବିମାନବନ୍ଦରର ନାମ ହେବ "ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର" ଚାଳକବିହୀନ ମେଟ୍ରୋ ଟ୍ରେନ୍ଏହି ରେଳପଥରେ ୩.୭ କିଲୋମିଟର ଦୀର୍ଘ ଦୋହରା ଡେକ୍ ବିଶିଷ୍ଟ ଢାଞ୍ଚା ରହିଛି।
ଏଥିରେ ଅତ୍ୟାଧୁନିକ ସିଗ୍ନାଲ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଚାଳକବିହୀନ ମେଟ୍ରୋ ଟ୍ରେନ୍ ଚଳାଚଳକୁ ସହାୟତା କରିବ।
ଏହି ରୁଟ୍ର ୧୧ଟି ଷ୍ଟେସନ ହେଉଛି ପୁନମଲ୍ଲୀ ବାଇପାସ୍, ପୁନମଲ୍ଲୀ ବସ୍ଷ୍ଟାଣ୍ଡ, ପୁନମଲ୍ଲୀ ସରକାରୀ ହସ୍ପିଟାଲ, କରାୟାନଚାଭାଡି, କୁମାନାନଚାବାଡି, କାଟ୍ଟୁପାକ୍କମ୍, ଆୟାପନ୍ଥାଙ୍ଗଲ, ଥେଲ୍ଲିୟାରାଗରମ୍, ପୋରୁର ବାଇପାସ୍, ପୋରୁର ଜଙ୍କସନ ଓ ବଡପାଳନି।
ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରେନ୍ରବିବାର ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରୁଟ୍ରେ ଯାତ୍ରୀବାହୀ ମେଟ୍ରୋ ଚଳାଚଳ କରିଥିବା ବେଳେ ସୋମବାରଠାରୁ ପ୍ରତିଦିନ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ।
ଉଭୟ ପ୍ରାନ୍ତରୁ ଶେଷ ଟ୍ରେନ୍ ରାତି ୯ଟାରେ ଛାଡ଼ିବ।
ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ଅବସରରେ ତାମିଲନାଡୁରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଏଥିରେ ସଡ଼କ, ରେଳ, ବନ୍ଦର, ଶିଳ୍ପ ଓ ଶିକ୍ଷା କ୍ଷେତ୍ରର ପ୍ରକଳ୍ପ ସାମିଲ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।