IPL 2027 Trade Buzz: ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ ଚର୍ଚ୍ଚା, ବଦଳିବ ଦଳର ଚେହେରା

Nov 03, 2026 - 19:29
IPL 2027 Trade Buzz: ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ ଚର୍ଚ୍ଚା, ବଦଳିବ ଦଳର ଚେହେରା

ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ ଚର୍ଚ୍ଚା।

ଦଳ ଛାଡ଼ିପାରନ୍ତି ଦୁଇ ବଡ଼ ଷ୍ଟାର୍‌ ଖେଳାଳି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ପଞ୍ଜାବ କିଙ୍ଗ୍ସ ଆଗ୍ରହ ଦେଖାଉଥିବା ବେଳେ, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରଖିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌।

ଯଦି ଏହି ଅଦଳବଦଳ ହୁଏ, ତେବେ ମୁମ୍ବାଇ ଦଳର ଚେହେରା ବଦଳିଯାଇପାରେ।

Advertisment ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କୁ ନେବା ପାଇଁ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ସହ ଯୋଗାଯୋଗ କରିଛି।

ଏହି ଡିଲ୍‌ରେ ପଞ୍ଜାବର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହଙ୍କ ବଦଳରେ ହାର୍ଦ୍ଦିକଙ୍କୁ ନେବା ପ୍ରସ୍ତାବ ରହିଥିବା କୁହାଯାଉଛି।

ତେବେ ମୁମ୍ବାଇ ଏଥିରେ ଅଧିକ ଖେଳାଳିଙ୍କୁ ସାମିଲ କରିବାକୁ ଚାହୁଁଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଦଳର ଅଧିନାୟକ କରିବାକୁ ବିଚାର କରୁଥିବା ଖବର ଆସିଛି।

ଆଇପିଏଲ୍‌ ୨୦୨୬ ପରେ ଋଷଭ ପନ୍ତଙ୍କଠାରୁ ଅଲଗା ହେବା ପରେ ଲକ୍ଷ୍ନୌ ନୂଆ ନେତୃତ୍ୱ ଖୋଜୁଛି।

ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ସୂର୍ଯ୍ୟଙ୍କ ଅଭିଜ୍ଞତା ତାଙ୍କୁ ଏହି ଦୌଡ଼ରେ ଆଗରେ ରଖିଛି।

Advertisment ତେବେ ମୁମ୍ବାଇ ଉଭୟ ହାର୍ଦ୍ଦିକ ଓ ସୂର୍ଯ୍ୟଙ୍କୁ ଏକାସାଙ୍ଗରେ ଛାଡ଼ିବାକୁ ଚାହୁଁନାହିଁ।

ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ଦଳରେ ରହିଲେ ହିଁ ସୂର୍ଯ୍ୟଙ୍କୁ ଲକ୍ଷ୍ନୌକୁ ଛାଡ଼ିବା ନେଇ ମୁମ୍ବାଇ ବିଚାର କରିପାରେ।

ତେବେ ଏହି ଟ୍ରେଡ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍‌ ଘୋଷଣା ହୋଇନାହିଁ।

ହେଲେ ଦୁଇ ଷ୍ଟାର୍‌ଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଆଇପିଏଲ୍‌ ୨୦୨୭ ପୂର୍ବରୁ କ୍ରିକେଟ୍‌ ମହଲରେ ହଇଚଇ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।