Police Bust Jewellery Theft Network: ସିରିଜ୍ ଲୁଟ୍ର ପର୍ଦ୍ଦାଫାସ, ୧୨ ଗିରଫ; ଜବତ ହେଲା ୫୦୦ ଗ୍ରାମ ସୁନା ଓ ୧୧ କେଜି ରୁପା
ଦୁଇ ମାସ ଧରି ଚାଲିଥିଲା ଲୁଟ୍ର ଖେଳ।
କେତେବେଳେ ସୁନା ଅଳଙ୍କାର ତ ଆଉ କେତେବେଳେ ରୁପା ଗହଣାକୁ ଟାର୍ଗେଟ୍ କରୁଥିଲେ ଲୁଟେରା।
ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ଏଭଳି ସିରିଜ୍ ଲୁଟ୍ ଘଟଣା ଲୋକଙ୍କ ଚିନ୍ତା ବଢ଼ାଇଥିଲା।
ହେଲେ ଏବେ ଏହି ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ।
ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ ହୋଇଛି।
Advertisment ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ଗତ ଦୁଇ ମାସ ଧରି ସୁନା ଓ ରୁପା ଅଳଙ୍କାର ଲୁଟ୍ ଘଟଣା ଘଟିଥିଲା।
ଏକାଧିକ ଅଞ୍ଚଳରେ ଲଗାତାର ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ପରେ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।
ଜବତ ହେଲା ୫୦୦ ଗ୍ରାମ ସୁନା, ୧୧ କେଜି ରୁପା ଏହି ଘଟଣାର ସବୁଠାରୁ ବଡ଼ ଦିଗ ହେଉଛି, ଗିରଫ ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ଅଳଙ୍କାର ଜବତ ହୋଇଛି।
ପୋଲିସ ୫୦୦ ଗ୍ରାମ ସୁନା ଓ ୧୧ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି।
ଜବତ ହୋଇଥିବା ଅଳଙ୍କାର କାହାର, ସେ ନେଇ ଯାଞ୍ଚ କରାଯାଉଛି ।
Advertisment ଖୋର୍ଦ୍ଧାରେ ସିରିଜ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ ସୁନା ଓ ରୁପା ଅଳଙ୍କାର ଲୁଟ୍ ମାମଲାରେ ୧୨ ଗିରଫ ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ, ୫୦୦ ଗ୍ରାମ ସୁନା ଜବତ ୧୧ କେଜି ରୁପା ଅଳଙ୍କାର ଜବତ, ଚାରି ଥାନା ଅଞ୍ଚଳରେ ହୋଇଥିଲା ଲୁଟ୍ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀର ୧୨ ଅଭିଯୁକ୍ତ ଗିରଫ, ତଦନ୍ତ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।