IPS Officer: ସମ୍ଭଲରୁ ବିଦାୟ ବେଳେ ଭାବୁକ ହେଲେ ଆଇପିଏସ୍ କେକେ ବିଷ୍ଣୋଇ, ପତ୍ନୀ ଅଂଶିକା କହିଲେ- ‘ତୁମ ପାଇଁ ମୁଁ ଗର୍ବିତ’

Aug 23, 2026 - 10:58
IPS Officer: ସମ୍ଭଲରୁ ବିଦାୟ ବେଳେ ଭାବୁକ ହେଲେ ଆଇପିଏସ୍ କେକେ ବିଷ୍ଣୋଇ, ପତ୍ନୀ ଅଂଶିକା କହିଲେ- ‘ତୁମ ପାଇଁ ମୁଁ ଗର୍ବିତ’

"ବରେଲି: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରୁ ବିଦାୟ ନେବା ବେଳେ ଭାବୁକ ହୋଇପଡ଼ିଲେ ଆଇପିଏସ୍‌ ଅଧିକାରୀ କେକେ ବିଷ୍ଣୋଇ।

ପ୍ରାୟ ୨୩ ମାସ ଧରି ସମ୍ଭଲର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇବା ପରେ ତାଙ୍କୁ ବିଜନୌରର ଏସ୍‌ଏସ୍‌ପି ଭାବେ ନୂଆ ଦାୟିତ୍ୱ ମିଳିଛି।

ଶନିବାର ଆୟୋଜିତ ବିଦାୟ ସମାରୋହରେ ନିଜ କାର୍ଯ୍ୟକାଳର ଅନୁଭୂତି ମନେ ପକାଇ ସେ ଭାବବିହ୍ୱଳ ହୋଇଥିଲେ।

ଏହି ସମୟରେ ତାଙ୍କ ପାଖରେ ବସିଥିବା ଜିଲ୍ଲାପାଳ ଅଙ୍କିତ ଖଣ୍ଡେଲୱାଲ ମଧ୍ୟ ଭାବୁକ ହୋଇପଡ଼ିଥିଲେ।

କେକେ ବିଷ୍ଣୋଇଙ୍କ ବିଦାୟ ପରେ ତାଙ୍କ ପତ୍ନୀ ତଥା ବର୍ତ୍ତମାନ ବରେଲିର ଏସ୍‌ପି ସାଉଥ୍‌ ଭାବେ କାର୍ଯ୍ୟରତ ଆଇପିଏସ୍‌ ଅଂଶିକା ବର୍ମା ସୋସିଆଲ ମିଡିଆରେ ସ୍ୱାମୀଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ସେ ଲେଖିଛନ୍ତି, "ମୋତେ ସବୁବେଳେ ଆପଣଙ୍କ ପାଇଁ ଗର୍ବ ଅନୁଭବ ହୁଏ।

ଆପଣଙ୍କ ପରବର୍ତ୍ତୀ ଦାୟିତ୍ୱ ପାଇଁ ଅନେକ ଶୁଭେଚ୍ଛା।"ଏହା ସହିତ ସେ ଉଭୟଙ୍କ ହସୁଥିବା ଫଟୋ ମଧ୍ୟ ସେୟାର କରିଛନ୍ତି।Advertisment ଚର୍ଚ୍ଚାରେ ରହିଛି ବୃତ୍ତିଗତ ଦାୟିତ୍ୱ ସହ ବ୍ୟକ୍ତିଗତ ଜୀବନ କେକେ ବିଷ୍ଣୋଇ ଓ ଅଂଶିକା ବର୍ମାଙ୍କ ପରିଚୟ ଗୋରଖପୁରରେ ଚାକିରି ସମୟରେ ହୋଇଥିଲା।

ସେତେବେଳେ କେକେ ବିଷ୍ଣୋଇ ଏସ୍‌ପି ସିଟି ଭାବେ ଏବଂ ଅଂଶିକା ବର୍ମା ଏଏସ୍‌ପି ଭାବେ କାର୍ଯ୍ୟରତ ଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ରାଜସ୍ଥାନରେ ଏକ ଭବ୍ୟ ସମାରୋହରେ ଉଭୟଙ୍କ ବିବାହ ହୋଇଥିଲା।

ଦୁଇ ଅଧିକାରୀଙ୍କ ବୃତ୍ତିଗତ ଦାୟିତ୍ୱ ସହ ବ୍ୟକ୍ତିଗତ ଜୀବନ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି।

ଆଇପିଏସ୍‌ ହେବା ପୂର୍ବରୁ କେକେ ବିଷ୍ଣୋଇ ଜାତିସଂଘରେ ବାର୍ଷିକ ପ୍ରାୟ ୩୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ରେ କାମ କରୁଥିଲେ।

ଦେଶ ସେବା କରିବାର ଲକ୍ଷ୍ୟରେ ସେ ଏହି ଚାକିରି ଛାଡ଼ିଥିଲେ।

ଫ୍ରାନ୍ସ ସରକାରଙ୍କ ସ୍କଲାରସିପ୍‌ରେ ପ୍ୟାରିସ୍‌ ସ୍କୁଲ ଅଫ୍‌ ଇଣ୍ଟରନ୍ୟାସନାଲ ଆଫେୟାର୍ସରୁ ଅନ୍ତର୍ଜାତୀୟ ସୁରକ୍ଷା ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ମଧ୍ୟ ଜଣାପଡ଼ିଛି।

ସମ୍ଭଲରେ କାର୍ଯ୍ୟକାଳ ସମୟରେ କେକେ ବିଷ୍ଣୋଇ ଅନେକ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରିଥିଲେ।

ବିଶେଷକରି ୨୦୨୪ ନଭେମ୍ବର ୨୪ରେ ଘଟିଥିବା ସମ୍ଭଲ ହିଂସା ସମୟରେ ତାଙ୍କ ଭୂମିକା ଚର୍ଚ୍ଚାରେ ରହିଥିଲା।

ହିଂସା ଘଟଣାରେ ଫେରାର ଅଭିଯୁକ୍ତଙ୍କ ପୋଷ୍ଟର ଜାମା ମସଜିଦର କାନ୍ଥରେ ଲଗାଯିବା ସହ ମାମଲାର ମାଷ୍ଟରମାଇଣ୍ଡ ଭାବେ ଅଭିଯୋଗ ହୋଇଥିବା ଶାରିକ ସାଠା ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ତାଙ୍କ କାର୍ଯ୍ୟକାଳର ଏହି ଘଟଣାଗୁଡ଼ିକ ଏବେ ମଧ୍ୟ ଆଲୋଚନାରେ ରହିଛି।

Hormuz: ହର୍ମୁଜ୍‌ରେ ପୁଣି ବଢ଼ିଲା ଉତ୍ତେଜନା: "ଆମେରିକୀୟ ଅଞ୍ଚଳ"ନେଇ ଟ୍ରମ୍ପଙ୍କ ପୋଷ୍ଟ୍‌କୁ ସମାଲୋଚନା କଲା ଇରାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।