ISI espionage case: ଗୁପ୍ତ ସୂଚନା ପ୍ରଘଟ ଘଟଣାରେ ୨ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ
"ଫିରୋଜପୁର: ପଂଜାବର ଫରିଦକୋଟ ମିଲିଟାରୀ କ୍ୟାଣ୍ଟନମେଣ୍ଟ ସମ୍ପର୍କରେ ପାକିସ୍ତାନର ଆଇଏସ୍ଆଇକୁ ଗୋପନୀୟ ସୂଚନା ପଠାଇବା ଅଭିଯୋଗରେ ପଞ୍ଜାବ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ଶାଖା ଜଣେ ମହିଳାଙ୍କୁ ଗିରଫ କରିଛି।
ସମ୍ପୃକ୍ତ ମହିଳାଙ୍କୁ କ୍ୟାଣ୍ଟନମେଣ୍ଟ ଓ ଅନ୍ୟ ସାମରିକ ପ୍ରତିଷ୍ଠାନ ସମ୍ପର୍କରେ ଗୁପ୍ତଚର ସୂଚନା ପ୍ରଦାନ କରିବାରେ ସହାୟତା କରିବା ପାଇଁ ଦୁଇ ଜଣ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।Advertisment ଫରିଦକୋଟର ବାସିନ୍ଦା ସନ୍ଦିଗ୍ଧ ଗୁରନୂର ସିଦ୍ଧୁଙ୍କୁ ହୁସେନିୱାଲା ସୀମା ରାସ୍ତାରେ ଏକ ନିର୍ମାଣାଧୀନ ସେତୁ ନିକଟରୁ ଗିରଫ କରାଯାଇଥିଲା।
ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।
ପୁଲିସ କହିଛି ଯେ, ଗୁରୁବାର ସେମାନେ ସୂଚନା ପାଇଥିଲେ ଯେ, ଅଭିଯୁକ୍ତମାନେ ପାକିସ୍ତାନ ଏଜେନ୍ସି ସହିତ ସାମରିକ କ୍ଷେତ୍ର ଓ କ୍ୟାଣ୍ଟନମେଣ୍ଟ ବିଷୟରେ ଗୋପନୀୟ ସୂଚନା ବାଣ୍ଟିବାକୁ ଷଡ଼ଯନ୍ତ୍ର କରୁଛନ୍ତି।
Dhruv Rathi: ଶୟନକକ୍ଷରୁ ଘୋଷାଡ଼ି ନେଲେ, ଚପଲ ପିନ୍ଧିବାକୁ ଦେଲେନି: ୟୁଟ୍ୟୁବର ଧ୍ରୁବ ରାଠୀ ଆଇଏସ୍ଆଇକୁ ସୂଚନା ପ୍ରଦାନପୁଲିସ ଏକ ବିବୃତିରେ କହିଛି ଯେ, ଭାରତ-ଚୀନ୍ ସୀମାରେ ନିୟୋଜିତ ଦୁଇ ସେନା କର୍ମଚାରୀ ସମ୍ବେଦନଶୀଳ ସୂଚନା ସଂଗ୍ରହ କରୁଥିଲେ ଓ ସିଦ୍ଧୁ ମୋବାଇଲ୍ ଫୋନ୍, ଟାବଲେଟ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ସେହି ସୂଚନାକୁ ଆଇଏସ୍ଆଇକୁ ପ୍ରଦାନ କରୁଥିଲେ।
ତିନି ଅଭିଯୁକ୍ତଙ୍କ ବିରୋଧରେ ଫାଜିଲ୍କାସ୍ଥିତ ରାଜ୍ୟ ସ୍ବତନ୍ତ୍ର ଅପରେସନ ସେଲ୍ (ଏସ୍ଏସ୍ଓସି) ପୁଲିସ ଷ୍ଟେସନରେ ସରକାରୀ ଗୋପନୀୟତା ଆଇନର ଉପଯୁକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତମାନେ ଫରିଦକୋଟ ମିଲିଟାରୀ କ୍ୟାଣ୍ଟନମେଣ୍ଟ ସମ୍ପର୍କରେ ପାକିସ୍ତାନକୁ କ"ଣ କ"ଣ ଗୁପ୍ତ ସୂଚନା ପ୍ରଦାନ କରିଛନ୍ତି ପୁଲିସ ତା"ର ତଦନ୍ତ କରିବ।
କଥିତ ଗୁପ୍ତଚର ନେଟୱାର୍କ ଓ ଏଥିରେ ସମ୍ପୃକ୍ତ ଲୋକମାନଙ୍କ ଭୂମିକା ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।