Police Raid Gambling Den ପାରଳାଖେମୁଣ୍ଡିରେ ଚଢ଼ାଉ: କଲ୍ୟାଣମଣ୍ଡପରେ ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା
" ୭୦ରୁ ଊର୍ଦ୍ଧ୍ୱ ଅଟକ, ୧୨ ଲକ୍ଷ ଟଙ୍କା ସହ ୯ କାର ଓ ୬୦ ମୋବାଇଲ ଜବତ ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ଦେବିତି ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉକରିଛି।Advertisment ଏଥିରେ ୭୦ଜଣ ଜୁଆଡ଼ିଙ୍କୁ ଅଟକ ରଖାଯାଇଥିବା ବେଳେ ୧୨ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। gambling-den ଜୁଆ ଆଡ୍ଡାରେ ଚଢ଼ାଉ: ୧୫ଗିରଫ, ୧.୬୬ଲକ୍ଷ, ୫ କାର୍ ଓ ବାଇକ୍ ଜବତ ଗୁଇନ୍ଦା ସୂଚନା ଆଧାରରେ ଆଜି ପୁଲିସ ଉକ୍ତ କଲ୍ୟାଣମଣ୍ଡପରେ ଚଢ଼ାଉ କରିଥିଲା।
ସେଥିରେ ଥିବା ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖାଯାଇଛି।
ସେମାନଙ୍କ ନିକଟରୁ ଜୁଆରେ ଲାଗିଥିବା ୧୨ ଲକ୍ଷ ଟଙ୍କା, ୯ଟି କାର୍ ଓ ୬୦ଟି ମୋବାଇଲ ଫୋନ୍ ଜବତ ହୋଇଛି।
Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫଖବର ଲେଖାଯିବା ବେଳକୁ ଏକାଧିକ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି।
କଲ୍ୟାଣ ମଣ୍ଡପରେ କେଉଁ ପରିସ୍ଥିତିରେ ଓ କେତେଦିନ ଧରି ଜୁଆ ଆଡ୍ଡା ଚାଲିଥିଲା।
ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଜବତ ଟଙ୍କା ଓ ସାମଗ୍ରୀର ଉତ୍ସ କ"ଣ, ସେ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
ପୁଲିସର ଆନୁଷ୍ଠାନିକ ବିବୃତି ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।