Supreme Court: ସୁପ୍ରିମକୋର୍ଟ ସମ୍ମୁଖରୁ ଓକିଲଙ୍କୁ ଅଟକ: ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ପରେ ଛାଡ଼ିଲା ପୁଲିସ
"ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ବାରା ଆୟୋଜିତ "ଚଲୋ ଦିଲ୍ଲୀ" ଆନ୍ଦୋଳନକୁ ରୋକିବା ନେଇ ଜାରି ରହିଥିବା ସୁରକ୍ଷା କଟକଣା ମଧ୍ୟରେ ଶନିବାର ସୁପ୍ରିମକୋର୍ଟ ପରିସର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପ୍ରାୟ ୬୦ ଜଣ ବରିଷ୍ଠ ଓ ମହିଳା ଆଇନଜୀବୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ମୁକ୍ତ କରାଯାଇଛି।
Advertisment ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (ଏସସିବିଏ) ଏବଂ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ୍ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯିବା ସହ ତୁରନ୍ତ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶ ଏବଂ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି ପ୍ରଦୀପ ରାୟ ନୂଆଦିଲ୍ଲୀ ଡିସିପିଙ୍କ ସହ ଆଲୋଚନା କରିବା ପରେ ପୁଲିସ ସମସ୍ତ ଆଇନଜୀବୀଙ୍କୁ ମୁକ୍ତ କରିଛି।
ସିଜେପି ପକ୍ଷରୁ ବିକ୍ଷୋଭ ଆହ୍ୱାନ ଏସସିବିଏ ସମ୍ପାଦିକା ପ୍ରଜ୍ଞା ବାଘେଲ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଅଟକ ଆଇନଜୀବୀଙ୍କ ସୁରକ୍ଷା ଏବଂ ପୁଲିସର ଅତ୍ୟାଧିକ ବଳପ୍ରୟୋଗ ଘଟଣାର ଆଇନଗତ ତଦନ୍ତ ଦାବି କରିଛନ୍ତି।
ନିର୍ବାଚନ ଆୟୋଗଙ୍କ ସ୍ବତନ୍ତ୍ର ସଘନ ସଂଶୋଧନ ଏବଂ ଫର୍ମ-୬ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଏହି ବିକ୍ଷୋଭ ଆହ୍ୱାନ ଦିଆଯାଇଥିଲା।
ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ନୂଆଦିଲ୍ଲୀ ନିଷେଧାଜ୍ଞା ଜାରି କରାଯିବା ସହ ୩୦୦ରୁ ଅଧିକ ଅଡିଓ-ଭିଜୁଆଲ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ କଡ଼ା ନଜର ରଖାଯାଇଛି।
ଦମନ ନୁହେଁ, ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅନୁମତି ଦିଆଯିବା ଉଚିତ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।