Jaipur Businessman Robbery: କଚୋଡ଼ି ଖାଇବାକୁ ଅଟକିଥିଲେ! ସ୍କୁଟରରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଚୋର
୨୦ ଟଙ୍କାର ଜଳଖିଆ ପାଇଁ ଚାଲିଗଲା ୨୦ ଲକ୍ଷ।
କଚୋଡ଼ି ଖାଉ ଖାଉ ଟଙ୍କା ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ।
ହାତରେ ରହିଗଲା କଚୋଡ଼ି, ସିସିଟିଭିରେ କଏଦ ଲାଇଭ୍ ଭିଡିଓ।
ରାଜସ୍ଥାନର ଜୟପୁର ସହରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଚୋରିର ଖବର।
ଏଠାରେ ଜଣେ ବ୍ୟବସାୟୀଙ୍କ ପାଇଁ ୨୦ ଟଙ୍କାର କଚୋଡ଼ି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି।
ଘଟଣାଟି ନାହରଗଡ଼ ଥାନା ଅଞ୍ଚଳରେ ଘଟିଛି।
ଚମ୍ପାଲାଲ୍ ନାମକ ଜଣେ ବ୍ୟବସାୟୀ ନିଜ ସ୍କୁଟରରେ ୨୦ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ରଖି କାମରେ ଯାଉଥିଲେ।
ହେଲେ ଅପରାହ୍ନ ପ୍ରାୟ ୪ଟା ସମୟରେ ଭୋକ ଲାଗିବାରୁ ସେ ରାସ୍ତାକଡ଼ରେ ସ୍କୁଟର ରଖି କଚୋଡ଼ି ଖାଇବାକୁ ଅଟକି ଯାଇଥିଲେ।
Advertisment ବ୍ୟବସାୟୀ ଜଣକ ଟଙ୍କା ବ୍ୟାଗ୍ଟିକୁ ସ୍କୁଟରର ଆଗରେ ରଖି ନିଶ୍ଚିନ୍ତରେ କଚୋଡ଼ି ଖାଉଥିଲେ।
ଏହି ସମୟରେ ଦୁଇଜଣ ହେଲମେଟ୍ ପିନ୍ଧିଥିବା ଚୋର ସ୍କୁଟରରେ ଆସି ହଠାତ୍ ତାଙ୍କ ପାଖରେ ଅଟକିଥିଲେ।
ବ୍ୟବସାୟୀ କିଛି ବୁଝିବା ପୂର୍ବରୁ ସ୍କୁଟର ପଛରେ ବସିଥିବା ଦୁର୍ବୃତ୍ତ ଜଣକ ଆଖି ପିଛୁଳାକେ ୨୦ ଲକ୍ଷ ଟଙ୍କାର ବ୍ୟାଗ୍ଟିକୁ ଝାମ୍ପି ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ।
ସେ ଚୋରମାନଙ୍କ ପଛରେ ଦୌଡ଼ିଥିଲେ, କିନ୍ତୁ ସେମାନଙ୍କୁ ଧରିପାରିନଥିଲେ।
ଏହି ସମଗ୍ର ଘଟଣାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ସିସିଟିଭି ଆଧାରରେ ଲୁଟେରାମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।