Jajpur Flood Crisis Deepens: ଯାଜପୁରରେ ବନ୍ୟାର ଭୟାବହ ସ୍ଥିତି, ଦଶରଥପୁରରେ ପହଞ୍ଚି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

Aug 17, 2026 - 13:23
Jajpur Flood Crisis Deepens: ଯାଜପୁରରେ ବନ୍ୟାର ଭୟାବହ ସ୍ଥିତି, ଦଶରଥପୁରରେ ପହଞ୍ଚି ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଯାଜପୁରରେ ବନ୍ୟାର ଭୟାବହ ଚିତ୍ର, ଜଳବନ୍ଦୀ ଅନେକ ଗାଁ। ଏହା ଭିତରେ ଯାଜପୁର ଦଶରଥପୁର ଅଂଚଳରେ ପହଞ୍ଚି ବନ୍ୟା ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ବୈତରଣୀ ଓ ବ୍ରାହ୍ମଣୀର ବନ୍ୟାରେ ବେହାଲ ଯାଜପୁର, ଚାଷଜମିରେ ମାଡ଼ିଛି ପାଣି। ଦଶରଥପୁରରେ ଏବେବି ବିପଦ ସଙ୍କେତ ଉପରେ ବୈତରଣୀ, ତଳିଆ ଅଞ୍ଚଳରେ ବଢୁଛି ଚିନ୍ତା।

ଜେନାପୁରରେ ବ୍ରାହ୍ମଣୀ ମଧ୍ୟ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ଉଭୟ ନଦୀ ଓ ଶାଖାନଦୀର ପ୍ରଭାବରେ ବରୀ, ଯାଜପୁର ଓ ଦଶରଥପୁର ସମେତ ତଳିଆ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ୮ଟି ବ୍ଲକର ୨୪୨ଟି ଗାଁ ବନ୍ୟାଘେରରେ ରହିଛି। ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି।

ପ୍ରଶାସନ ପକ୍ଷରୁ ଉଦ୍ଧାର, ଥଇଥାନ, ରନ୍ଧାଖାଦ୍ୟ ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଏହି ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଗସ୍ତ କରିଛନ୍ତି। ଏବଂ ବିଭିନ୍ନ ବନ୍ୟା ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।...

ବଙ୍ଗୋପସାଗରରେ ଅବପାତ। ଆଜି ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭୀଷଣ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ସତର୍କତା।  ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।