J&K: ସିକିମ୍‌ରେ ଏସ୍‌ଆଇଆର୍‌ ପାଇଁ ୨୦୦୨କୁ ଆଧାର ବର୍ଷ ରଖିବା ନିଷ୍ପତ୍ତି ଠିକ୍: ସୁପ୍ରିମ୍‌କୋର୍ଟ

Aug 17, 2026 - 19:27
J&K: ସିକିମ୍‌ରେ ଏସ୍‌ଆଇଆର୍‌ ପାଇଁ ୨୦୦୨କୁ ଆଧାର ବର୍ଷ ରଖିବା ନିଷ୍ପତ୍ତି ଠିକ୍: ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: ସିକିମ୍‌ର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପାଇଁ ୨୦୦୨କୁ ଆଧାର ବର୍ଷ ଭାବେ ରଖିବା ନେଇ ନିର୍ବାଚନ କମିସନ୍‌ (ଇସିଆଇ)ର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ସୋମବାର ମନା କରିଛନ୍ତି ସୁପ୍ରିମ୍‌କୋର୍ଟ।

୧୯୯୩କୁ ଆଧାର ବର୍ଷ କରିବାକୁ ଦାବି କରି ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ ପ୍ରଧାନ ବିଚାରପତି (ସିଜେଆଇ) ସୁର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି.

ମୋହନାଙ୍କ ଖଣ୍ଡପୀଠ ଖାରଜ କରିଛନ୍ତି।Advertisment ସିକିମିଜ୍‌ ମୂଳନିବାସୀ ସୁରକ୍ଷା ସଂଘ ପକ୍ଷରୁ ଏହି ମାମଲା ଦାଖଲ ହୋଇଥିଲା।

ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ ୨୦୦୨ର ଭୋଟର ତାଲିକାରେ ଯୋଡ଼ାଯାଇଥିବା ଭୋଟରଙ୍କ ତଥ୍ୟ ସିକିମ୍‌ର ଜନସଂଖ୍ୟା ସମ୍ପର୍କିତ ତଥ୍ୟ ସହ ସମାନ ନୁହେଁ।

ତେଣୁ ୨୦୦୨କୁ ଆଧାର ବର୍ଷ ରଖିଲେ ଭୋଟର ତାଲିକାରେ ଅସଙ୍ଗତି ସୃଷ୍ଟି ହୋଇପାରେ।

ତେବେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ୨୦୦୨ର ଭୋଟର ତାଲିକାରେ ନାମ ଥିବା ଭୋଟରମାନେ ପରବର୍ତ୍ତୀ ନିର୍ବାଚନଗୁଡ଼ିକରେ ନିଜ ମତଦାନ ଅଧିକାର ପ୍ରୟୋଗ କରିଛନ୍ତି।

ଏହାଛଡ଼ା ସାରା ଦେଶରେ ୨୦୦୨କୁ ଆଧାର ବର୍ଷ ଭାବେ ଧରାଯାଇଛି, କାରଣ ସେହି ବର୍ଷ ଶେଷ ଥର ପାଇଁ ଏସ୍‌ଆଇଆର୍‌ ହୋଇଥିଲା।

ଚାଲୁଥିବା ପ୍ରକ୍ରିୟା ମଝିରେ ଆଧାର ବର୍ଷ ବଦଳାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ସିଜେଆଇ ସୁର୍ଯ୍ୟକାନ୍ତ କହିଥିଲେ, ନିର୍ବାଚନ କମିସନ୍‌ଙ୍କ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ।

ତେବେ ସିକିମ୍‌ ପାଇଁ ଯଦି କୌଣସି ଯୁକ୍ତିସଙ୍ଗତ ରିହାତି ଆବଶ୍ୟକ ହୁଏ, ତେବେ ଆବେଦନକାରୀ ନିର୍ବାଚନ କମିସନ୍‌ଙ୍କ ନିକଟକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି।

ଏନ୍‌ଜିଓ ବ୍ୟତୀତ କୌଣସି ପ୍ରଭାବିତ ବ୍ୟକ୍ତି କୋର୍ଟଙ୍କ ଦ୍ବାରସ୍ଥ ହୋଇ ନ ଥିବାରୁ କେବଳ ସଂଗଠନକୁ ଆଧାର କରି ଇସିଆଇର ନିଷ୍ପତ୍ତିରେ ନ୍ୟାୟିକ ହସ୍ତକ୍ଷେପ କରିବା ଠିକ୍ ହେବ ନାହିଁ ବୋଲି ସିଜେଆଇ କହିଥିଲେ।

ସିକିମ୍‌ରେ ଏସ୍‌ଆଇଆର୍‌ର ଏନ୍ୟୁମେରେସନ୍‌ ପର୍ଯ୍ୟାୟ ୩୦ ମେ"ରୁ ଆରମ୍ଭ ହୋଇଥିଲା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ୬ ସେପ୍ଟେମ୍ବରରେ ପ୍ରକାଶ ପାଇବାର କାର୍ଯ୍ୟସୂଚୀ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।