Jaundice Scare Grips Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ସ୍ଥଗିତ ରହିଲା ସମସ୍ତ ପରୀକ୍ଷା

Nov 03, 2026 - 21:45
Jaundice Scare Grips Utkal University: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ, ସ୍ଥଗିତ ରହିଲା ସମସ୍ତ ପରୀକ୍ଷା

ଶିକ୍ଷାର ମନ୍ଦିରରେ ଏବେ ଜଣ୍ଡିସ୍ ଆତଙ୍କ ।

ଉତ୍କଳ ବିଶ୍ୱବିଦ୍ୟାଳୟର ଲେଡିଜ୍ ହଷ୍ଟେଲ୍ ନମ୍ବର ୭ରେ ଦୁଇ ଜଣ ଛାତ୍ରୀ ଜଣ୍ଡିସ୍ ରେ ଆକ୍ରାନ୍ତ।

ଅକ୍ଟୋବର ୨୭ରେ ହଷ୍ଟେଲ୍ ଖୋଲିବାର ମାତ୍ର ସପ୍ତାହକ ମଧ୍ୟରେ ସାମ୍ନାକୁ ଆସିଛି ଦୁଇଟି ସଂକ୍ରମଣ ମାମଲା ।

ଘଟଣା ପରେ ତତ୍ପର ହୋଇଛି ବିଶ୍ୱବିଦ୍ୟାଳୟ ପ୍ରଶାସନ ।

ସମସ୍ତ ହଷ୍ଟେଲରେ ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ ।

୮ ଜଣ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

BMCର ସ୍ୱାସ୍ଥ୍ୟ ଟିମ୍ ହଷ୍ଟେଲରେ ପହଞ୍ଚି ପାଣିର ନମୁନା ସଂଗ୍ରହ ସହ ପରିବେଶ ଓ ସ୍ୱଚ୍ଛତା ଯାଞ୍ଚ କରିଛି ।

ସଂକ୍ରମଣ ରୋକିବାକୁ ୧୦୦୦ ଲିଟର ଫିଲ୍ଟର୍ ପାଣି ଯୋଗାଣ, ଟ୍ୟାଙ୍କ ସଫା ଓ କ୍ଲୋରିନେସନ୍ କରାଯାଇଛି ।

ସେପଟେ ଗୁପଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବା ଉପରେ ଲାଗିଛି କଟକଣା ।

ବିବିନ୍ଦ ସାହୁ ମାର୍କେଟ୍ ସମେତ ଆଖପାଖ ଅଞ୍ଚଳର ଖାଦ୍ୟ ଦୋକାନଗୁଡ଼ିକର ମଧ୍ୟ ହେବ ଯାଞ୍ଚ ।

ଖାଦ୍ୟର ଗୁଣବତ୍ତାରେ ଅବହେଳା ଦେଖାଗଲେ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛି ପ୍ରଶାସନ ।

ଛାତ୍ରୀମାନଙ୍କୁ ଜ୍ୱର, କାଶ କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବାକୁ ଦିଆଯାଇଛି ପରାମର୍ଶ ।

Advertisment ଜଣ୍ଡିସ୍ ଆତଙ୍କର ପ୍ରଭାବ ଏବେ ପଡ଼ିଛି ପରୀକ୍ଷା ଉପରେ ।

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି କର୍ତ୍ତୃପକ୍ଷ ।

ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଛି ।

ପରବର୍ତ୍ତୀ ନିର୍ଦ୍ଧାରିତ ତାରିଖରେ ହେବ ପରୀକ୍ଷା ।

ଅନ୍ୟପଟେ ଡାକ୍ତରଖାନାରେ ଥିବା ଦୁଇ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ସୂଚନା ମିଳିଛି ।

୮ ଜଣ ଛାତ୍ରୀଙ୍କ ରକ୍ତ ନମୁନା ଓ ହଷ୍ଟେଲର ଜଳ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା ।

ପାଣି ନା ଖାଦ୍ୟ, କେଉଁଠୁ ବ୍ୟାପିଲା ସଂକ୍ରମଣ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ଏବେ ପ୍ରଶାସନର ଆଗରେ ବଡ଼ ଚ୍ୟାଲେଞ୍ଜ ହେଉଛି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ହଷ୍ଟେଲରେ ସଂକ୍ରମଣ ରୋକିବା ।

ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଓ ନମୁନା ପରୀକ୍ଷା ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ।

ଜଣ୍ଡିସ୍ ସଂକ୍ରମଣର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ।

ରକ୍ତ ଓ ଜଳ ନମୁନାର ରିପୋର୍ଟକୁ ଅପେକ୍ଷା ।

ଏପଟେ ବାହାର ଖାଦ୍ୟ ଉପରେ କଟକଣା, ହଷ୍ଟେଲରେ ସ୍ୱାସ୍ଥ୍ୟ ଯାଞ୍ଚ ଓ ପରୀକ୍ଷା ସ୍ଥଗିତ ।

ଏବେ ଛାତ୍ରଛାତ୍ରୀଙ୍କ ନଜର କେବେ ସ୍ୱାଭାବିକ ହେବ କ୍ୟାମ୍ପସର ସ୍ଥିତି ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।