Jewellery: ଟ୍ରେଣ୍ଡ୍‌ରେ ଚଙ୍କି ଗୋଲ୍‌ଡ ଜୁଏଲାରି

Oct 15, 2026 - 08:21
Jewellery: ଟ୍ରେଣ୍ଡ୍‌ରେ ଚଙ୍କି ଗୋଲ୍‌ଡ ଜୁଏଲାରି

"ଫ୍ୟାସନ୍ ଦୁନିଆରେ ଗହଣା କେବଳ ସୌନ୍ଦର୍ଯ୍ୟ ବଢ଼ାଇବାରେ ସୀମିତ ନୁହେଁ।

ଏହା ନିଜର ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍‌କୁ ପ୍ରକାଶ କରିବାର ଏକ ମାଧ୍ୟମ ମଧ୍ୟ।

ପୂର୍ବରୁ ହାଲୁକା ଓ ସରଳ ଡିଜାଇନ୍‌ର ଗହଣା ଅଧିକ ପସନ୍ଦ କରାଯାଉଥିଲା।

କିନ୍ତୁ ଏବେ ବଡ଼, ମୋଟା ଓ ଚକଚକିଆ ଗହଣା ଫ୍ୟାସନ୍‌ପ୍ରେମୀଙ୍କ ମନ ଜିଣୁଛି।

ଏହି ଧାରାକୁ ନେଇ ଏବେ ଚର୍ଚ୍ଚାରେ ରହିଛି ଚଙ୍କି ଗୋଲ୍‌ଡ ଜୁଏଲାରି।Advertisment ଚଙ୍କି ଗୋଲ୍‌ଡ ଜୁଏଲାରି କହିଲେ ମୋଟା, ବଡ଼ ଆକାରର ଓ ଆକର୍ଷଣୀୟ ସୁନା ଗହଣାକୁ ବୁଝାଏ।

ଏହାର ସ୍ୱତନ୍ତ୍ର ଡିଜାଇନ୍ ଯେକୌଣସି ସାଧାରଣ ବେଶପୋଷାକକୁ ମଧ୍ୟ ଆକର୍ଷଣୀୟ କରିପାରେ।

ତେଣୁ ୨୦୨୬ର ଫ୍ୟାସନ୍‌ ଟ୍ରେଣ୍ଡ୍‌ରେ ଏହି ଗହଣା ବିଶେଷ ସ୍ଥାନ ପାଇଛି।

ସାମାଜିକ ଗଣମାଧ୍ୟମ "ପିଣ୍ଟରେଷ୍ଟ"ର "ପିଣ୍ଟରେଷ୍ଟ ପ୍ରେଡିକ୍ଟସ୍‌ ୨୦୨୬" ରିପୋର୍ଟରେ ଚଙ୍କି ଗୋଲ୍‌ଡ ଜୁଏଲାରିକୁ "ଗ୍ଲାମୋରାଟି" ଟ୍ରେଣ୍ଡ୍ ସହ ଯୋଡ଼ାଯାଇଛି।

ଏହି ଷ୍ଟାଇଲ୍‌ରେ ୧୯୮୦ ଦଶକର ବିଳାସପୂର୍ଣ୍ଣ ଫ୍ୟାସନ୍‌ର ଝଲକ ଦେଖିବାକୁ ମିଳୁଛି।

ରିପୋର୍ଟ ଅନୁଯାୟୀ, "ପିଣ୍ଟରେଷ୍ଟ"ରେ "ଏଇଟିଜ୍ ଲକ୍‌ଜୁରି" ସମ୍ପର୍କିତ ସର୍ଚ୍ଚରେ ୨୨୫ ପ୍ରତିଶତ ବୃଦ୍ଧି ହୋଇଛି।

ସେହିପରି, "ଗୋଲ୍‌ଡ କଫ୍" ସମ୍ପର୍କିତ ସର୍ଚ୍ଚରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି।

ମୋଟା ସୁନା ଚେନ୍‌, ବଡ଼ କଫ୍ ବ୍ରେସ୍‌ଲେଟ୍ ଓ ଆକର୍ଷଣୀୟ ନେକ୍‌ଲେସ୍ ଏହି ଟ୍ରେଣ୍ଡ୍‌ର ମୁଖ୍ୟ ଆକର୍ଷଣ।

ଏପରି ଗହଣାକୁ ସାଧାରଣ ପୋଷାକ ସହ ପିନ୍ଧିଲେ ମଧ୍ୟ ଏକ ଷ୍ଟାଇଲିସ୍ ଲୁକ୍ ମିଳିଥାଏ।

ବିଶେଷ କରି, ଯେଉଁମାନେ ନିଜ ଫ୍ୟାସନ୍‌ରେ କିଛି ନୂଆ ଓ ଭିନ୍ନ ଯୋଡ଼ିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହି ଗହଣା ଏକ ଭଲ ପସନ୍ଦ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।