Jewellery collection: ଜୟଆଲୁକ୍କାସର ପ୍ରାଇମୋରା ହୀରା ଗହଣା ସମ୍ଭାର
"ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ନୂଆ ହୀରା ଗହଣା ସମ୍ଭାର "ପ୍ରାଇମୋରା"କୁ ଉନ୍ମୋଚନ କରାଯାଇଛି।
କୋଚିଳା ଖାଇ ପକ୍ଷୀରୁ ଅନୁପ୍ରାଣିତ ହୋଇ ଏହି କଲେକ୍ସନକୁ ପ୍ରସ୍ତୁତ କରାଯାଇଛି।
ଏହି ପକ୍ଷୀର ରଙ୍ଗ ଓ ଆନୁଗତ୍ୟକୁ ନେଇ ଜୟଆଲୁକ୍କାସ ପ୍ରକୃତିର ସୁନ୍ଦର କାହାଣୀଗୁଡ଼ିକୁ ଆକର୍ଷଣୀୟ ଗହଣାରେ ରୂପାନ୍ତରିତ କରିଛି।
ଭଲ ପାଇବା, ଅର୍ଥପୂର୍ଣ୍ଣ ସମ୍ପର୍କ ଓ ଚିରକାଳ ବନ୍ଧନକୁ ଏହି ଗହଣାଗୁଡ଼ିକ ପାଳନ କରୁଛି।
ରୁପାଲି ଛକସ୍ଥିତ ଜୟଆଲୁକ୍କାସ ସୋରୁମରେ ଗ୍ରାହକମାନଙ୍କ ଉପସ୍ଥିତିରେ ନୂଆ ସମ୍ଭାରକୁ ଉନ୍ମୋଚନ କରାଯାଇଛି।Advertisment ଏ ସମ୍ପର୍କରେ ଜୟଆଲୁକ୍କାସ ଗ୍ରୁପ୍ର ଅଧ୍ୟକ୍ଷ ଡକ୍ଟର ଜୟ ଆଲୁକ୍କାସ କହିଛନ୍ତି ଯେ ଗହଣାରେ ଅର୍ଥ ଖୋଜୁଥିବା ଗ୍ରାହକମାନଙ୍କୁ ନଜରରେ ରଖି "ପ୍ରାଇମୋରା" ସମ୍ଭାରକୁ ପ୍ରସ୍ତୁତ କରାଯାଇଛି।
କଳାତ୍ମକ ଡିଜାଇନ ଓ ଉତ୍କୃଷ୍ଟ କାରିଗରୀ ସହ ମିଶାଇ ସେଗୁଡ଼ିକୁ ତିଆରି କରାଯାଇଛି।
ଗୁଣାତ୍ମକ ମାନ, ନବସୃଜନ ଓ ଗ୍ରାହକ ଉଲ୍ଲାସ ପ୍ରତି ଜୟଆଲୁକ୍କାସର ରହିଥିବା ପ୍ରତିବଦ୍ଧତାକୁ ଏହି ଗହଣା ସମ୍ଭାର ସୁଦୃଢ଼ କରିଛି ବୋଲି ସେ କହିଛନ୍ତି।
Farmers" Protest କୃଷକଙ୍କ ସୁରକ୍ଷା ନେଇ ସେପ୍ଟେମ୍ବର ୧୫ରୁ ରାଜ୍ୟବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।