Jewellery Shop Targeted at Night: ଜୁଏଲାରୀ ଦୋକାନରୁ ଲୁଟ, ଛାତ କାଟି ନେଇଗଲେ କୋଟିଏ ଟଙ୍କାର ସୁନା
ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଏକ ଜୁଏଲାରୀ ଦୋକାନରୁ ବଡ଼ ଧରଣର ଲୁଟ ଅଭିଯୋଗ ହୋଇଛି। ରାତିରେ ଦୋକାନର ଛାତ କାଟି ଦୁର୍ବୃତ୍ତମାନେ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦୋକାନ ବନ୍ଦ ଥିବା ସମୟରେ ଲୁଟେରାମାନେ ଛାତ କାଟି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଦୋକାନରେ ଥିବା ସୁନା ଅଳଙ୍କାର ନେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଦୋକାନ ମାଲିକଙ୍କ ପକ୍ଷରୁ ଝାରସୁଗୁଡ଼ା ଟାଉନ ଥାନାରେ ଏତଲା ଦିଆଯାଇଛି। ଏତଲା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ଲୁଟରେ କେତେଜଣ ସାମିଲ ଥିଲେ ଏବଂ ପ୍ରକୃତରେ କେତେ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି, ସେନେଇ ପୋଲିସ ତଦନ୍ତ ଚଳାଇଛି। ଦୋକାନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍
ଝାରସୁଗୁଡ଼ାରେ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍
ପୁରୁଣା ବସ୍ ଷ୍ଟାଣ୍ଡ ନିକଟ ଜୁଏଲାରୀ ଦୋକାନରୁ ଲୁଟ୍
ଜୁଏଲାରୀର ଛାତ କାଟି ରାତିରେ ଲୁଟି ନେଲେ ଲୁଟେରା
ଟାଉନ ଥାନାରେ ଏତଲା ପରେ ପୋଲିସର ଛାନଭିନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।