Jharpada: ତୋରଣ ନିର୍ମାଣ ବିବାଦ: ଝାରପଡ଼ାରେ ଉତ୍ତେଜନା, ଦୁର୍ଗାପୂଜାକୁ ନେଇ ଦୁଇ ସମିତି ମଧ୍ୟରେ ବିବାଦ
"ଭୁବନେଶ୍ୱର: ପୁଣି ବିବାଦରେ ଝାରପଡ଼ା ଦୁର୍ଗାପୂଜା।
ଜେଲ ଛକରେ ତୋରଣ ନିର୍ମାଣକୁ ନେଇ ଦୁଇ ପୂଜା କମିଟି ମଧ୍ୟରେ ବିବାଦ ଦେଖାଦେବା ସହ ଉତ୍ତେଜନା ପ୍ରକାଶ ପାଇଛି।
ତୋରଣ ନିର୍ମାଣ କାର୍ଯ୍ୟକୁ ପୁଲିସ ବନ୍ଦ କରିବା ପରେ ଏହାକୁ ନେଇ ପୁରୁଣା ଦୁର୍ଗାପୂଜା କମିଟି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି।Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ଅଭିଯୋଗ ଅନୁଯାୟୀ, ଝାରପଡ଼ା ଦୁର୍ଗାପୂଜାକୁ ନେଇ ଦୁଇଟି କମିଟି ମଧ୍ୟରେ ପୂର୍ବରୁ ବିବାଦ ରହିଛି।
ଜେଲ ଛକ ଉପରେ ତୋରଣ ନିର୍ମାଣ କରାଯାଉଥିବା ବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି କାମ ବନ୍ଦ କରିଥିବା କୁହାଯାଇଛି।
ଏହାକୁ ନେଇ ପୁରୁଣା ପୂଜା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପ୍ରତିବାଦ କରିଥିଲେ।
ପୁରୁଣା କମିଟି ପକ୍ଷରୁ ଲକ୍ଷ୍ମୀସାଗର ଥାନା ପୁଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ଜଡ଼ିତ ଅନ୍ୟ ଏକ କମିଟିର ଚାପରେ ପୁଲିସ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ପୁରୁଣା କମିଟି।
ପୁରୁଣା ଦୁର୍ଗାପୂଜା କମିଟିର ସଂଗଠନ ସମ୍ପାଦକ ଦିଲୀପ କୁମାର ଜେନା କହିଛନ୍ତି, କୋର୍ଟର ନିୟମ ଓ ଜେଲ୍ ଗାଇଡ୍ଲାଇନ୍କୁ ଅଣଦେଖା କରି ଅନ୍ୟ କମିଟି ପକ୍ଷରୁ ଦୁଇଟି ବଡ଼ ଗେଟ୍ ନିର୍ମାଣ କରାଯାଇଛି।
ପୂଜାମଣ୍ଡପ ଜେଲ୍ ଛକଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିଲେ ମଧ୍ୟ ଜେଲ୍ ଛକରେ ତୋରଣ ନିର୍ମାଣ କରାଯାଇଛି।
ଏହାକୁ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ବେଳେ ତାଙ୍କ କମିଟି ମାତ୍ର ଶହେ ମିଟର ଦୂରରେ ପୂଜା କରୁଥିଲେ ମଧ୍ୟ ତୋରଣ ନିର୍ମାଣକୁ ପୁଲିସ ବନ୍ଦ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।
Liver Transplantation: ଯକୃତ ପ୍ରତିରୋପଣରେ ଷ୍ଟାର୍ ହସ୍ପିଟାଲ୍ର ସଫଳତା ଘଟଣାକୁ ନେଇ ଉତ୍ତେଜନା ବଢ଼ିବା ପରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତି ଶାନ୍ତ କରିବାକୁ ଉଦ୍ୟମ କରିଥିଲେ।
ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପୁଲିସ ଓ ପ୍ରଶାସନ ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବା ଆବଶ୍ୟକ।
ଗୋଟିଏ ପକ୍ଷକୁ ସମର୍ଥନ ଏବଂ ଅନ୍ୟ ପକ୍ଷକୁ ବିରୋଧ କରିବା ଆଇନସଙ୍ଗତ ନୁହେଁ।
ନିୟମ ଯଦି ରହିଛି, ତାହା ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ପ୍ରୟୋଗ ହେବା ଦରକାର ବୋଲି ସେ କହିଛନ୍ତି।
ବର୍ତ୍ତମାନ ଜେଲ୍ ଛକରେ ପୁରୁଣା ଦୁର୍ଗାପୂଜା କମିଟିର ତୋରଣ ନିର୍ମାଣ କାମ ବନ୍ଦ ରହିଛି।
ତୋରଣ ନିର୍ମାଣକୁ ନେଇ ଦୁଇ କମିଟି ମଧ୍ୟରେ ଦେଖାଦେଇଥିବା ବିବାଦ ଆଗକୁ କେଉଁ ରୂପ ନେଉଛି ଏବଂ ପ୍ରଶାସନ ଏନେଇ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।