Jio IPO: ଜିଓ ଆଇପିଓ ଆବେଦନ ୭୫ ଲକ୍ଷ ପାର୍; ଦୁଇଦିନରେ ୫.୫୭ ଗୁଣ ସବସ୍କ୍ରାଇବ୍
ମୁମ୍ବାଇ: ଜିଓ ପ୍ଲାଟଫର୍ମସ ପକ୍ଷରୁ ଅଣାଯାଇଥିବା ଦେଶର ସବୁଠାରୁ ବଡ଼ ଆଇପିଓ ପ୍ରତି ଦ୍ୱିତୀୟ ଦିନରେ ମଧ୍ୟ ଜୋର୍ଦାର ଉତ୍ସାହ ଦେଖିବାକୁ ମିଳିଛି।
ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଜିଓର ୩୦,୨୧୩ କୋଟି ଟଙ୍କାର ଆଇପିଓ ୫.୫୭ ଗୁଣ ସବସ୍କ୍ରାଇବ୍ ହୋଇଛି।
ଦୁଇ ଦିନ ମଧ୍ୟରେ ଆବେଦନ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି।
ବଡ଼ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗ ୧୩.୨୯ ଗୁଣ ସବସ୍କ୍ରାଇବ୍ ହୋଇଥିବାବେଳେ ରିଟେଲ୍ ବର୍ଗ ମଧ୍ୟ ୧.୫୪ ଗୁଣ ପୂରଣ ହୋଇଛି।
Advertisment ଜିଓ ଆଇପିଓର ପ୍ରଥମ ଦିନରେ ମୋଟ ସବସ୍କ୍ରିପ୍ସନ୍ ୩.୧୬ ଗୁଣ ଥିଲା, ଯାହା ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୫.୫୭ ଗୁଣରେ ପହଞ୍ଚିଛି।
ଅଣଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ୧୯.୭୫ କୋଟି ସେୟାର ତୁଳନାରେ ୧୧୦ କୋଟିରୁ ଅଧିକ ସେୟାର ପାଇଁ ବିଡ୍ ଦାଖଲ ହୋଇଛି।
ଆଙ୍କର୍ ଓ ଅଣଆଙ୍କର୍ ନିବେଶକଙ୍କ ମୋଟ ବିଡ୍ର ମୂଲ୍ୟ ପ୍ରାୟ ୩.୭୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଜିଓ ଆଇପିଓରେ ଅଣସଂସ୍ଥାଗତ ନିବେଶକ (ଏନ୍ଆଇଆଇ) ବର୍ଗ ୫.୯୭ ଗୁଣ ସବସ୍କ୍ରାଇବ୍ ହୋଇଛି।
ରିଲାଏନ୍ସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କୋଟା ୨.୧୦ ଗୁଣ ଏବଂ ସେୟାରଧାରକଙ୍କ କୋଟା ୪.୦୫ ଗୁଣ ପୂରଣ ହୋଇଛି।
ଏହା ସହିତ ଆଇପିଓର ସମସ୍ତ ପ୍ରମୁଖ ବର୍ଗରେ ଉପଲବ୍ଧ ସେୟାର ତୁଳନାରେ ଚାହିଦା ଅଧିକ ରହିଛି।
ଦ୍ୱିତୀୟ ଦିନରେ ବିଶେଷ କରି ଏନ୍ଆଇଆଇ ଏବଂ ରିଲାଏନ୍ସ ସେୟାରଧାରକ ବର୍ଗରେ ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଇଛି।
ପ୍ରଥମ ଦିନରେ ଏନ୍ଆଇଆଇ ବର୍ଗ ୧.୬୮ ଗୁଣ ଏବଂ ସେୟାରଧାରକ କୋଟା ୧.୪୬ ଗୁଣ ସବସ୍କ୍ରାଇବ୍ ହୋଇଥିଲା।
ଦ୍ୱିତୀୟ ଦିନରେ ଏହି ସଂଖ୍ୟା ଯଥାକ୍ରମେ ୫.୯୭ ଗୁଣ ଓ ୪.୦୫ ଗୁଣକୁ ବୃଦ୍ଧି ପାଇଛି।
Digital Revolution: ଡିଜିଟାଲ୍ ବିପ୍ଳବରେ ଜିଓର ନୂଆ ଅଧ୍ୟାୟ: ୫ଜି, ବ୍ରଡ୍ବ୍ୟାଣ୍ଡ ଓ କୃତ୍ରିମ ବୁଦ୍ଧିମତ୍ତାରୁ ଅଭିବୃଦ୍ଧି ଆଶା ଜିଓ ଆଇପିଓରେ ନିବେଶ ପାଇଁ ଏବେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି।
୨୩ ଅକ୍ଟୋବର (ଶୁକ୍ରବାର) ହେଉଛି ଆବେଦନର ଶେଷ ତାରିଖ।
ଆଇପିଓ ଏକାଧିକ ଗୁଣ ସବସ୍କ୍ରାଇବ୍ ହୋଇସାରିଥିଲେ ମଧ୍ୟ ନିବେଶକଙ୍କ ପାଇଁ ଆବେଦନ କରିବାର ସୁଯୋଗ ଏବେ ବି ଖୋଲା ରହିଛି।
ଯେଉଁ ଯୋଗ୍ୟ ନିବେଶକମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନେ ଶୁକ୍ରବାର ସୁଦ୍ଧା ଆବେଦନ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।