Jio Odisha: ଜିଓ ଓଡ଼ିଶା କର୍ମଚାରୀଙ୍କ ସଫେଇ କାର୍ଯ୍ୟକ୍ରମ
"ଭୁବନେଶ୍ୱର: "ସ୍ୱଚ୍ଛ ଭାରତ ମିସନ୍" ଅନ୍ତର୍ଗତ "ସ୍ୱଚ୍ଛତା ହିଁ ସେବା" ଅଭିଯାନର ଏକ ଅଂଶ ଭାବରେ ରିଲାଏନ୍ସ ଜିଓର ଓଡ଼ିଶା କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଭୁବନେଶ୍ୱରରେ ଜିଓ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ସହ ମିଳିତ ଭାବେ ଶନିବାର ଜନତା ମଇଦାନ ନିକଟସ୍ଥ ମହାତ୍ମା ଗାନ୍ଧୀ ପାର୍କ ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଓ ଜନସଚେତନତା ସୃଷ୍ଟି କରାଯାଇଥିଲା।
ଜିଓ ଓଡ଼ିଶା ରାଜ୍ୟ କାର୍ଯ୍ୟଳୟର କର୍ମଚାରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମହାନଗର ନିଗମର ସଫେଇ କର୍ମଚାରୀ ଏବଂ ସ୍ଥାନୀୟ କର୍ପୋରେଟର ମଧ୍ୟ ଏଥିରେ ଯୋଗ ଦେଇଥିଲେ।Advertisment Narendra Moid: ପ୍ରଧାନମନ୍ତ୍ରୀଙ୍କ "ଭଜନ କ୍ଲବିଂ"କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ ରାଜ୍ୟର ୨୫ରୁ ଅଧିକ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
ଦେଶ "ସ୍ୱଚ୍ଛ ଭାରତ ମିସନ୍"ର ଦ୍ୱାଦଶ ବାର୍ଷିକୀ ପାଳନ କରୁଥିବା ବେଳେ ରିଲାଏନ୍ସଜିଓର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଦେଶରେ ଏକ ବ୍ୟାପକ "ସ୍ୱଚ୍ଛତା ହିଁ ସେବା ୨୦୨୬" ସଫେଇ ଅଭିଯାନରେ ସାମିଲ ହେଉଛନ୍ତି।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।