27 SEPTEMBER 2026

Welcome!

Unlock your personalized experience.
Sign Up

Jaishankar: ଜାତିସଂଘ ମହାସଭାରେ ପାକିସ୍ତାନକୁ ଜୟଶଙ୍କରଙ୍କ ଜବାବ: ଆତ୍ମରକ୍ଷା ପାଇଁ ସବୁ ଅଧିକାର ପ୍ରୟୋଗ କରିବୁ

Sep 27, 2026 - 03:41
Jaishankar: ଜାତିସଂଘ ମହାସଭାରେ ପାକିସ୍ତାନକୁ ଜୟଶଙ୍କରଙ୍କ ଜବାବ: ଆତ୍ମରକ୍ଷା ପାଇଁ ସବୁ ଅଧିକାର ପ୍ରୟୋଗ କରିବୁ

ନ୍ୟୁୟର୍କ: ଜାତିସଂଘ ମହାସଭା (ୟୁଏନଜିଏ)ର ୮୧ତମ ଅଧିବେଶନକୁ ସମ୍ବୋଧିତ କରି  ଆଜି  ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୀମାପାର ଆତଙ୍କବାଦ ଏବଂ ଏହାର ପୃଷ୍ଠପୋଷକତା କରୁଥିବା ରାଷ୍ଟ୍ରଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି। ନିଜ ବକ୍ତବ୍ୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦର କ୍ରମାଗତ ଅଭ୍ୟାସକାରୀ କୌଣସି ବି ପରିସ୍ଥିତିରେ ଏହାର ପରିଣାମରୁ ଆରକ୍ଷଣ ପାଇପାରିବେ ନାହିଁ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଉଥିବା, ଆର୍ଥିକ ସହାୟତା ଯୋଗାଉଥିବା ଏବଂ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କରୁଥିବା ସରକାରଗୁଡ଼ିକୁ ସମ୍ପୂର୍ଣ୍ଣ ଦାୟୀ କରାଯିବା ନିହାତି ଆବଶ୍ୟକ। ଆତଙ୍କବାଦ ବିରୋଧୀ ବିଶ୍ୱବ୍ୟାପୀ ସଂଗ୍ରାମରେ କୌଣସି ପ୍ରକାର କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ।

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଦେଇଥିବା ବକ୍ତବ୍ୟକୁ କଡ଼ା ସମାଲୋଚନା କରି ଜୟଶଙ୍କର କହିଛନ୍ତି ଯେ ଜଣେ କ୍ରମାଗତ ଆତଙ୍କବାଦୀ ଅଭ୍ୟାସକାରୀ ଏହି ଗୃହରେ ମିଥ୍ୟା ତଥ୍ୟ ରଖି ଆତଙ୍କବାଦକୁ ସ୍ୱାଭାବିକ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଏଭଳି ଯୁକ୍ତି କଦାପି ଗ୍ରହଣୀୟ ନୁହେଁ। ନିଜର ଆତ୍ମରକ୍ଷା କରିବାର ସାର୍ବଭୌମ ଅଧିକାର ଭାରତ ପାଖରେ ରହିଛି ଏବଂ ଏହାର ସମ୍ପୂର୍ଣ୍ଣ ପ୍ରୟୋଗ କରାଯିବ।  ୨୦୨୫ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଭୟାନକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇବା ପରେ ଭାରତ ‘ଅପରେସନ୍ ସିନ୍ଦୂର’ ଜରିଆରେ ପାକିସ୍ତାନ ଓ ପାକ୍-ଅଧିକୃତ ଜମ୍ମୁ-କାଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ନିଜର ଆତ୍ମରକ୍ଷା ଅଧିକାର ଜାହିର କରିଥିଲା।

ଆତଙ୍କବାଦ-ବନ୍ଧୁତା ଏକାଠି ଚାଲିପାରିବନି
ଗ୍ଲୋବାଲ ସାଉଥ୍‌ର ‘୪ଏଫ୍’ ସଙ୍କଟ ଏବଂ ଏଆଇ ଅପବ୍ୟବହାର ଉପରେ ଚିନ୍ତା ପ୍ରକଟ

ଆତଙ୍କବାଦ ଏବଂ ବନ୍ଧୁତା କେବେହେଲେ ଏକାଠି ଚାଲିପାରିବ ନାହିଁ ବୋଲି ସ୍ପଷ୍ଟ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ, ସେତେବେଳେ ସମ୍ପର୍କ ଏବଂ ସୌହାର୍ଦ୍ଧ୍ୟ ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଆତଙ୍କବାଦର ପ୍ରସାରକାରୀମାନେ ନିଜର ଆଚରଣ ଓ ନୀତିରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ। ଜାତିସଂଘରେ ଭାରତର ପ୍ରାଥମିକତା ଆତଙ୍କବାଦୀ ନେଟୱର୍କର ଆର୍ଥିକ କାରବାରକୁ ରୋକିବା, ଆତଙ୍କବାଦୀଙ୍କ ଯାତାୟାତ ନିଷେଧ କରିବା ଏବଂ ଏହାର ପ୍ରାୟୋଜକମାନଙ୍କୁ କଠୋର ଆଇନଗତ କାଠଗଡ଼ାରେ ଛିଡ଼ା କରିବା ଉପରେ କେନ୍ଦ୍ରୀଭୂତ ରହିଛି।

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ

ପଶ୍ଚିମ ଏସିଆର ଚାଲିଥିବା ସଙ୍କଟ ସମ୍ପର୍କରେ ନିଜର ମତ ରଖି ଜୟଶଙ୍କର ସେଠାରେ ଦ୍ୱି-ରାଷ୍ଟ୍ର ସମାଧାନ ପ୍ରକ୍ରିୟାକୁ ଭାରତର ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପାଲେଷ୍ଟାଇନ୍‌ର ନାଗରିକମାନଙ୍କ ପାଇଁ ଭାରତ ନିରନ୍ତର ମାନବୀୟ ସହାୟତା ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦେଉଛି। କେବଳ ଏକ  ଦ୍ୱି-ରାଷ୍ଟ୍ର ସମାଧାନ ମାଧ୍ୟମରେ ହିଁ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ। ଏହା ସହିତ ‘ଗ୍ଲୋବାଲ ସାଉଥ୍‌’ର ବିକାଶଶୀଳ ଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ‘୪ଏଫ୍’ ସଙ୍କଟ ବା ଖାଦ୍ୟ, ଜାଳେଣି, ସାର ଏବଂ ଆର୍ଥିକ ସମସ୍ୟା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ ନିନୋ ଏବଂ ସାର ଅଭାବ ଯୋଗୁଁ ବିଶ୍ୱ ଖାଦ୍ୟ ସୁରକ୍ଷା ବ୍ୟାଘାତପ୍ରାପ୍ତ ହେଉଛି। ସେହିପରି କୃତ୍ରିମ ବୁଦ୍ଧିମତା(ଏଆଇ) ଅପବ୍ୟବହାର, ପ୍ରଯୁକ୍ତି ଏବଂ ବାଣିଜ୍ୟର ଅସ୍ତ୍ରୀକରଣ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଉଛି। ଏହି ସମସ୍ତ ବିଶ୍ୱବ୍ୟାପୀ ଆହ୍ୱାନର ସମାଧାନ ପାଇଁ ସମସ୍ତ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।