JNU Professor: ଜେଏନ୍‌ୟୁରୁ ବହିଷ୍କାର ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ନାଁରେ ଏତଲା ରୁଜୁ

Oct 12, 2026 - 20:54
JNU Professor: ଜେଏନ୍‌ୟୁରୁ ବହିଷ୍କାର ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ନାଁରେ ଏତଲା ରୁଜୁ

"ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଚାକିରିରୁ ବହିଷ୍କାର ହୋଇଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି।

ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସ୍‌ଓ) ଦାଖଲ କରିଥିବା ଅଭିଯୋଗ ଓ ଦସ୍ତାବିଜକୁ ଆଧାର କରି ରବିବାର ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ କଂଗ୍ରେସର ମଣିପୁର ସାଂସଦଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି।Advertisment ଦୁଇ ଦିନ ତଳେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆକୋଇଜାମ୍‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ବିଶ୍ବବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟି ଏହି ଅଭିଯୋଗର ତଦନ୍ତ କରି ପ୍ରଫେସରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍‌ କରିଥିଲା।

ସାମାଜିକ ବିଜ୍ଞାନ ବିଭାଗ ଅଧୀନରେ ଥିବା "ସେଣ୍ଟର ଫର୍‌ ଦି ଷ୍ଟଡି ଅଫ୍‌ ସୋସିଆଲ ସିଷ୍ଟମ୍ସ"ର ଏହି ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା।

ଭାରତୀୟ ନ୍ୟାୟ ସଂହିତା ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ଚାକିରିରୁ ବହିଷ୍କାର ଅନ୍ୟପକ୍ଷରେ ଜେଏନୟୁ ଶିକ୍ଷକ ସଂଘ (ଜେଏନ୍‌ୟୁଟିଏ) ରବିବାର ଏକ ବିବୃତି ଜାରି କରି ବିଶ୍ୱବିଦ୍ୟାଳୟ ପ୍ରଶାସନର ପ୍ରକ୍ରିୟାଗତ ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛି ଓ ଅଭିଯୋଗ କରିଛି ଯେ, ପ୍ରଫେସରଙ୍କୁ ବରଖାସ୍ତ କରିବାର ନିଷ୍ପତ୍ତି ଅନୁଷ୍ଠାନର ନିୟମ ଉଲ୍ଲଂଘନ କରୁଛି।

ଜେଏନୟୁ ଆଇନର ୩୦ ନମ୍ବରକୁ ଦର୍ଶାଇ ଜେଏନୟୁଟିଏ ଯୁକ୍ତି ଦର୍ଶାଇଛି ଯେ, କାର୍ଯ୍ୟନିର୍ବାହୀ ପରିଷଦର ସ୍ପଷ୍ଟ ଅନୁମୋଦନ ବିନା କୁଳପତି ଏକତରଫା ଭାବରେ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ।

Nobel Prize: ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।