Jual Oram Hits Back at Critics: ବଦନାମ ଷଡ଼ଯନ୍ତ୍ର ଅଭିଯୋଗ, ବିରୋଧୀଙ୍କୁ ଜୁଏଲ ଓରାମଙ୍କ ଖୋଲା ଚ୍ୟାଲେଞ୍ଜ

Aug 28, 2026 - 13:54
Jual Oram Hits Back at Critics: ବଦନାମ ଷଡ଼ଯନ୍ତ୍ର ଅଭିଯୋଗ, ବିରୋଧୀଙ୍କୁ ଜୁଏଲ ଓରାମଙ୍କ ଖୋଲା ଚ୍ୟାଲେଞ୍ଜ

ନାଁ ନ ନେଇ ବର୍ଷିଲେ ଜୁଏଲ ଓରାମ। ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଅନ୍ୟ ଦଳରୁ ଆସି କିଛି ଲୋକ ରାଉରକେଲାରେ ପଇସା ଖର୍ଚ୍ଚ କରି ମୋ ନାଁରେ ଅପପ୍ରଚାର କରୁଛନ୍ତି। ସେମାନେ ଭାବୁଛନ୍ତି ଜୁଏଲ ଓରାମ ଡ୍ରପ ହେଲେ ବୋଧେ କେନ୍ଦ୍ର ମନ୍ତ୍ରୀ ହେବେ। ମୋତେ ଅପଦସ୍ତ କରିବାକୁ ଚେଷ୍ଟା କଲେ ଜାଳି ଦେବି ବୋଲି କହିଛନ୍ତି ଜୁଏଲ ଓରାମ। ମୋ ସମ୍ମାନରେ କିଏ ହାତ ଲଗେଇଲେ ସେ ହାତକୁ କାଟି ଫିଙ୍ଗି ଦେବାର ତାକତ ମୋର ଅଛି।

ମୁଁ ଏ ଦଳକୁ ରକ୍ତ ମାଂସ ଦେଇଛି। ଦଳ ମତେ ଯେତିକି ସ୍ଥାନ ଦେଇଛି ତାହା ଯଥେଷ୍ଟ। ମୁଁ ନିର୍ବାଚନ ଲଢ଼ିବି ନାହିଁ କହିଥିଲି, ମୁଁ ଚ୍ୟାଲେଞ୍ଜ ଦେଉଛି ପୁଣି ନିର୍ବାଚନ ଲଢ଼ିବି ଓ ଦେଖିବି କିଏ ମୋ ବିରୋଧ ରେ କାମ କରୁଛି। ତାଙ୍କର କଣ ଅବସ୍ଥା ହେବ।  ମୁଁ ଆଜି ରାଜ୍ୟ ନେତୃତ୍ୱଙ୍କୁ ଭେଟିଛି। ସେମାନେ ବୁଝିବେ ବୋଲି ମୁଁ ଭାବୁଛି। ନହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବି ବୋଲି କହିଛନ୍ତି ଜୁଏଲ୍। 

ରାଉରକେଲା ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ୍ କଲେ ଜୁଏଲ ଓରାମ..
‘ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି’..
‘କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି’..
‘ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ’..
‘କିନ୍ତୁ ଏଇ ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ିଛି, ଏ ପାର୍ଟି ମୋତେ ଚିହ୍ନିଛି’..
ପାର୍ଟି ମୋତେ ଯେତିକି ସ୍ଥାନ ଦେଇଛି, ତାହା ଯଥେଷ୍ଟ- ଜୁଏଲ ଓରାମ..
‘ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି’..
‘ନିର୍ବାଚନ ଲଢ଼ିବିନି ବୋଲି କହିଥିଲି, ଏବେ କହୁଛି ଆଉଥରେ ନିର୍ବାଚନ ଲଢ଼ିବି’..
‘ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି, ଅବସ୍ଥା କଣ ହେବ’..
‘ଅନ୍ୟ ପାର୍ଟିରୁ ଆସି ପଇସା ଖର୍ଚ୍ଚ କରି ମୋତେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି’..
‘ମୁଁ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ଏନେଇ ସବୁକିଛି ଅବଗତ କରିଛି’...
‘ଦରକାର ପଡ଼ିଲେ କେନ୍ଦ୍ର ନେତୃତ୍ବଙ୍କୁ ମଧ୍ୟ ଅବଗତ କରାଇବି’..
‘ମୋତେ ଯିଏ ଅପଦସ୍ତ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି’..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।