Judgement: କୁରାଢ଼ିରେ ହାଣି ଧର୍ମପତ୍ନୀଙ୍କ ଜୀବନ ନେଇଥିଲା; ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
"ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟନାରାୟଣ କର ଏକ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ବିଚାର କରି ଅଭିଯୁକ୍ତ ବଙ୍ଗାଳୀତଇଳା ଗ୍ରାମର ଜୀବନ ବେହେରାଙ୍କୁ ଆଜୀବନ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
Advertisment ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଜୀବନ ବେହେରା ତାର ସ୍ତ୍ରୀ ହୀନ ବେହେରାଙ୍କୁ ୨୦୨୧ ମସିହା ଜୁନ ମାସ ୪ ତାରିଖରେ ଏକ କୁରାଢ଼ିରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ଏକ ପଲିଥିନ ବସ୍ତାରେ ପୁରାଇ ରଖିଥିଲା।
ତାର ପୁତ୍ର ମହେଶ୍ବର ବେହେରା ଏତଲାକୁ ଅଧାର କରି ତାଳଚେର ଥାନା ଅଧିକାରୀ ଏକ ହତ୍ୟା ମାମଲା ରଜୁକରିବା ସହିତ ତଦନ୍ତ କରି ଭାରତୀୟ ଙ୍ଗଳ କୋଡ଼ ୩୦୨/୨୦୧ ଧାରାରେ ଚାର୍ଜସିଟ ଦାଖଲ କରିଥିଲେ।
ନବ ଦାସ ହତ୍ୟା ମାମଲା: ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ହାଜର ହେଲା ଗୋପାଳ ଏହି ଘଟଣାରେ ସରକାରଙ୍କ ତରଫରୁ ୨୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସରକାରଙ୍କ ତରଫରୁ ଗଦାଧର ମୁର୍ମୁ, ଅର୍ଜୁନ ଭୂତିଆ ମକଦମା ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।