Judgement: ଦିଲ୍ଲୀରେ କଟକଣା ସତ୍ତ୍ୱେ ବାଣ ବିକ୍ରିକୁ ନେଇ ସୁପ୍ରିମ୍କୋର୍ଟଙ୍କ ଉଦ୍ବେଗ
ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ବଜାରରେ କଟକଣା ସତ୍ତ୍ୱେ ଖୋଲାଖୋଲି ବାଣ ବିକ୍ରି ହେଉଥିବା ଖବରକୁ ନେଇ ସୁପ୍ରିମ୍କୋର୍ଟ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି।
ଲାଇସେନ୍ସ ଥିବା ଓ ନ ଥିବା ବାଣ ସହିତ କ୍ୟୁଆର୍ କୋଡ୍ ଥିବା ଓ ନ ଥିବା ବାଣ ମଧ୍ୟ ବଜାରରେ ମିଳୁଥିବା ଖବର ଉପରେ ଅଦାଲତ ଧ୍ୟାନ ଦେଇଛନ୍ତି।
ଏହାକୁ ରୋକିବା ସହ ଅଦାଲତଙ୍କ ନିର୍ଦ୍ଦେଶର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି।
Advertisment ବିଚାରପତି ଏମ୍.ଏମ୍.
ସୁନ୍ଦରେଶ ଓ ପ୍ରସନ୍ନ ବି.
ବରାଲେଙ୍କ ଖଣ୍ଡପୀଠ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟକୁ ଉଲ୍ଲେଖ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।
ଅଦାଲତ କହିଥିଲେ, ନିର୍ଦ୍ଦେଶ ଜାରି ହେବା ସତ୍ତ୍ୱେ ଦୋକାନରେ ସବୁ ପ୍ରକାର ବାଣ ମିଳୁଥିବା ଖବର ଚିନ୍ତାଜନକ।
ଏହା ଅଦାଲତଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଉଛି।
ସୁପ୍ରିମ୍କୋର୍ଟ ନିକଟରେ ଦିଲ୍ଲୀ-ଏନ୍ସିଆର୍ରେ ସୀମିତ ସମୟ ପାଇଁ ପ୍ରମାଣିତ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଛନ୍ତି।
ନଭେମ୍ବର ୭ ଓ ୮ ତାରିଖରେ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇହେବ।
ନଭେମ୍ବର ୯ରୁ ପୁଣି ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ।
PMLA : ପିଏମ୍ଏଲ୍ଏ ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ ବିକ୍ରି ପାଇଁ କେବଳ ଅନୁମୋଦିତ ସବୁଜ ବାଣକୁ ଅନୁମତି ମିଳିଛି।
ଏଥିପାଇଁ ନିର୍ଦ୍ଦିଷ୍ଟ ବିକ୍ରୟସ୍ଥଳ ଚିହ୍ନଟ କରାଯିବ।
ପ୍ରତ୍ୟେକ ବାଣ ପ୍ୟାକେଟ୍ରେ ଉତ୍ପାଦକ, ପ୍ରମାଣପତ୍ର ଓ ଲାଇସେନ୍ସ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର କ୍ୟୁଆର୍ କୋଡ୍ ରହିବା ଆବଶ୍ୟକ।
ଅନ୍ଲାଇନ୍ରେ ବାଣ ବିକ୍ରି ନିଷିଦ୍ଧ କରାଯାଇଛି।
ବେରିୟମ୍ ଭଳି ନିଷିଦ୍ଧ ପଦାର୍ଥ ଥିବା ବାଣ ଉତ୍ପାଦନ ଓ ବିକ୍ରି ଉପରେ ମଧ୍ୟ କଟକଣା ରହିଛି।
ଏଥିସହ ହସ୍ପିଟାଲ, ନର୍ସିଂହୋମ୍, ପ୍ରାଥମିକ ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ବୃଦ୍ଧାଶ୍ରମ ଏବଂ ନିର୍ଦ୍ଦିଷ୍ଟ ନିରବ ଅଞ୍ଚଳର ୩୦୦ ମିଟର ପରିଧି ମଧ୍ୟରେ ବାଣ ଫୁଟାଇବାକୁ ଅଦାଲତ ନିଷେଧ କରିଛନ୍ତି।
ଏହି ସ୍ଥାନଗୁଡ଼ିକୁ 'ବାଣ ନିଷିଦ୍ଧ ଅଞ୍ଚଳ' ଭାବେ ଚିହ୍ନଟ କରିବା ସହ ଲୋକଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।