Judgement: ପଥର ଖଣି ଯାଞ୍ଚ ପାଇଁ ଆଇନଜୀବୀଙ୍କୁ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କଲେ ହାଇକୋର୍ଟ
"କଟକ: ପ୍ରାକୃତିକ ସମ୍ପଦଗୁଡ଼ିକ ହେଉଛି ଜାତୀୟ ସମ୍ପତ୍ତି ବୋଲି ହାଇକୋର୍ଟ କହିବା ସହିତ ଏହାର ଅପବ୍ୟବହାର ଓ ଚୋରିକୁ ରୋକାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଭାବେ ପଥର ଖଣିରୁ ଖନନ କରାଯିବା ତଥା ଏହି ପ୍ରସଂଗରେ ପ୍ରଶାସନିକ ଉଦାସୀନତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।
Advertisment ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ହାଇକୋର୍ଟ ଆଇନଜୀବୀ ତରୁଣ ପଟ୍ଟନାୟକଙ୍କୁ 'ସ୍ୱତନ୍ତ୍ର ଅଧିକାରୀ' ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।
ସ୍ବତନ୍ତ୍ର ଅଧିକାରୀ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ କଳା ପଥର ଖନନ ଓ ଉତ୍ତୋଳନ ହେଉଛି କି ନାହିଁ, ସେନେଇ ରିପୋର୍ଟ ଆଗାମୀ ଶୁଣାଣିରେ ଦାଖଲ କରିବେ।
ସ୍ୱତନ୍ତ୍ର ଅଧିକାରୀଙ୍କୁ ସୁରକ୍ଷା ଓ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ସ୍ଥାନୀୟ ପୁଲିସ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବତନ୍ତ୍ର ଅଧିକାରୀଙ୍କ ପ୍ରାପ୍ୟ ବାବଦରେ ୩୪ହଜାର ଟଙ୍କା ଆବେଦନକାରୀ ପ୍ରଦାନ କରିବେ।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଜ୍ଞାପାରମିତା ପାଢ଼ୀଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Judgement: SC-ST ସଂରକ୍ଷଣ ବୃଦ୍ଧି ନେଇ ଆବେଦନ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ ଖଣି ଖନନ କାର୍ଯ୍ୟକୁ ପ୍ରଶ୍ରୟ?
ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତ ଆନୁଷଙ୍ଗିକ ଆଇନଗତ ପ୍ରକ୍ରିୟା, କାଗଜପତ୍ର ଦାଖଲ ଓ ଔପଚାରିକତା ପୂରଣ କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ତାଙ୍କୁ ପଥର ଖଣି ବାବଦରେ ଆବଶ୍ୟକ ଅନୁମତି ଓ ସୁବିଧା ଦିଆଯାଉ ନାହିଁ।
ଓଲଟା ପ୍ରଶାସନ ବେଆଇନ ଖଣି ଖନନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଛି।
ଏ ନେଇ ଗୁଗୁଲ ଆପ୍ ଜରିଆରେ ଉତ୍ତୋଳିତ କିଛି ଫଟୋଚିତ୍ର ମଧ୍ୟ ଶୁଣାଣି ବେଳେ ଉପସ୍ଥାପନ କରାଯାଇଥିଲା।
ବେଆଇନ ବ୍ଲାଷ୍ଟିଂ ଓ ପଥର ପରିବହନ ସଂକ୍ରାନ୍ତରେ ଏଥିରୁ ସ୍ପଷ୍ଟ ହୋଇଥିଲା।
ହାଇକୋର୍ଟ ଏହି ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରି କହିଛନ୍ତି ଯେ, ପ୍ରାକୃତିକ ସମ୍ପଦ ହେଉଛି ଜାତୀୟ ସମ୍ପତ୍ତି।
ଏହାର ଅପବ୍ୟବହାର ବା ଚୋରିକୁ ରୋକିବା ପାଇଁ ସୁପ୍ରିମକୋର୍ଟ ତଥା ହାଇକୋର୍ଟ ପୂର୍ବରୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଆସିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରାଯାଇଛି।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।