Asian Champions Trophy: ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ଭାରତୀୟ ଦଳରେ ଓଡ଼ିଶାରୁ ୩

Oct 14, 2026 - 09:19
Asian Champions Trophy: ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ଭାରତୀୟ ଦଳରେ ଓଡ଼ିଶାରୁ ୩

"ଭୁବନେଶ୍ବର: ପଞ୍ଜାବରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି।

ଏହି ପ୍ରତିଯୋଗିତା ଚଳିତ ମାସ ୨୭ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜଳନ୍ଧର ଓ ମୋହାଲିରେ ଅନୁଷ୍ଠିତ ହେବ।

ହରମନ୍‌ପ୍ରୀତ ସିଂହଙ୍କ ନେତୃତ୍ବରେ ଘୋଷିତ ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶିଳାନନ୍ଦ ଲାକ୍ରା ରହିଛନ୍ତି।

ଗୋଲ୍‌କିପର କୃଷ୍ଣ ବାହାଦୁର ଠାକୁର ଦଳକୁ ଫେରିଥିଲା ବେଳେ ଡିଫେଣ୍ଡର ଅମନଦୀପ ଓ ମିଡ୍‌ଫିଲ୍ଡର ଆଦିତ ଅର୍ଜୁନ ଲାଲାଗେଙ୍କୁ ପୁଣି ଥରେ ବରିଷ୍ଠ ଦଳରେ ସୁଯୋଗ ମିଳିଛି।Advertisment Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ମିଡ୍‌ଫିଲ୍ଡର ବିଷ୍ଣୁକାନ୍ତ ସିଂହ ଓ ଫରୱାର୍ଡ ଅଙ୍ଗଦ ବୀର ସିଂହ ରିଜର୍ଭ ଖେଳାଳି ରହିଛନ୍ତି।

ଭାରତ ଉଦ୍‌ଘାଟନୀ ଦିବସରେ ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ଏହାପରେ ୨୯ରେ ଚୀନ୍‌, ୩୦ରେ ଜାପାନ, ନଭେମ୍ବର ୧ରେ ମାଲେସିଆ ଓ ୨ରେ କୋରିଆ ବିପକ୍ଷରେ ଖେଳି ପ୍ରଥମ ପର୍ଯ୍ୟାୟ ଶେଷ କରିବ।

୬ ଦଳୀୟ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଶୀର୍ଷ ୪ ସ୍ଥାନରେ ଥିବା ଦଳ ୪ ତାରିଖରେ ୨ଟି ସେମିଫାଇନାଲ୍‌ ମୁହାଁମୁହିଁ ହେବେ।

୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ଭାରତୀୟ ଦଳ: ଗୋଲି-ସୂରଜ କରକେରା, କୃଷ୍ଣ ବାହାଦୁର ପାଠକ, ଡିଫେଣ୍ଡର-ସଞ୍ଜୟ, ହରମନ୍‌ପ୍ରୀତ ସିଂହ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂହ, ଜର୍ମନପ୍ରୀତ ସିଂହ, ଅମନଦୀପ ଲାକ୍ରା, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ମନପ୍ରୀତ ସିଂହ, ଫରୱାର୍ଡ-ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ମନଦୀପ ସିଂହ।

Politics: କଂଗ୍ରେସ ଓ ସିଜେପିର ଲକ୍ଷ୍ୟ ଏକ, ମଞ୍ଚ ଅଲଗା; ଚର୍ଚ୍ଚାରେ ରାହୁଲଙ୍କ ରଣନୀତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।