Judgement: ଯୁବକଙ୍କୁକୁ ଅପହରଣ-ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା ଉଦ୍ୟମ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ

Nov 03, 2026 - 16:42
Judgement: ଯୁବକଙ୍କୁକୁ ଅପହରଣ-ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା ଉଦ୍ୟମ ମାମଲାରେ ଏଡିଜେ କୋର୍ଟଙ୍କ ବଡ଼ ରାୟ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ବହୁଚର୍ଚ୍ଚିତ ଅପହରଣ, ଅପ୍ରାକୃତିକ ଯୌନସମ୍ପର୍କ ଓ ହତ୍ୟା ଉଦ୍ୟମ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଅଳ୍ପନା ସ୍ୱାଇଁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ ମାମଲାରେ ରାୟ ପ୍ରଦାନ କରି ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisment ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ନଭେମ୍ବର ୧୮ ତାରିଖରେ ରାୟଗଡ଼ା ଥାନା ଅନ୍ତର୍ଗତ ଲାଡା ଷ୍ଟେସନ ନିକଟରୁ ଚେନ୍ନାଇରୁ ଝାରସୁଗୁଡା ଆସୁଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଥିଲା।

ଟ୍ରେନ୍‌ରେ ଯୁବକଙ୍କୁ ତୁମେ ଗଂଜେଇ ଚାଲାଣ କରୁଛ ବୋଲି ଅଭିଯୁକ୍ତମାନେ ଡରାଇବା ସହ ଦଶ ଲକ୍ଷ ଟଙ୍କା ଦେଲେ ଛଡ଼ାଯିବ ବୋଲି ଧମକ ଦେଇଥିଲେI ଏହି ଘଟଣାରେ ରାୟଗଡ଼ା ଥାନାରେ ୪୨୫/୧୯ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ପୁଲିସ ଚଢ଼ାଉ ବେଳେ ଅପରାଧୀ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ ଓ ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲେI ଏହି ଘଟଣାରେ ତତ୍କାଳୀନ ଏସ ଆଇ ରିଗାନ କିଣ୍ଡୋ ତଦନ୍ତ କରିଥିଲେ I ଦୀର୍ଘ ବିଚାର ପ୍ରକ୍ରିୟା ପରେ ରାୟଗଡ଼ା ଅଦାଲତରେ ଚାଲିଥିବା ଜି ଆର କେଶ ନମ୍ବର ୩୧/୧୯ ଓ ସିଟି କେସ୍ ନମ୍ବର ୩୨/୨୦୨୦ ମାମଲାର ରାୟ ପ୍ରକାଶ ପାଇଛି।

ଆଇପିସି ଧାରା୩୫୪(ଏ), ୩୬୪(ଏ), ୩୭୭, ୧୨୦(ବି ) ,୩୪,୨୫(i) ଆର୍ମସ୍ ଆକ୍ଟ ଆଧାରରେ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛନ୍ତି।

ଅଭିଯୁକ୍ତମାନେ...

ଏଡିଜେ କୋର୍ଟ ଜଜ୍‌ ଅଳ୍ପନା ସ୍ୱାଇଁ ଏହି ରାୟ ଶୁଣାଇଛନ୍ତି।

ଏହା ସହିତ କୋର୍ଟ ଦୋଷୀମାନଙ୍କ ଉପରେ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିଛନ୍ତି।

ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ଅଛି।

ଅଭିଯୁକ୍ତ ମାନେ ହେଲେ ହାଡ଼ପା ଶିବା, ଜି ବାଙ୍ଗାରୁ, ଶୁଣ୍ଢି ସୂରଜ, ଶୁଣ୍ଢି ପ୍ରକାଶ, ମାଝୀ ରାଜା, ମାଝୀ ଜୋସେଫ, ଜି ବେଣୁ, ଜି ତେଜା ଓ ଜି ସୁରେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ରଜତ ରଞ୍ଜନ ଖଟୁଆ ପରିଚାଳନା କରୁଥିଲେ।

Judgement: ୫ଜଣ ନାବାଳିକା ଦୁଷ୍କର୍ମ ମାମଲାରେ ୭୮ ବର୍ଷୀୟ ଖବରକାଗଜ ମାଲିକଙ୍କୁ ଆଜୀବନ ଜେଲ୍ ଶୁଣାଣି ପରେ ଉତ୍ତେଜନା ଏହି ଘଟଣାକୁ ନେଇ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କ ପକ୍ଷରୁ କୋର୍ଟ ପରିସରରେ ଉତ୍ତେଜନା ଦେଖାଦେଇଛି।

ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଓ ପୁଲିସ ଟିମ୍ ପହଞ୍ଚି ବୁଝାସୁଝା କରିଛନ୍ତି।

ଏହି ମାମଲାରେ ୩୬ ସାକ୍ଷ ପ୍ରଦାନ କରିଥିଲେI ଆଜି ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରୁ ଦୋଷୀ ସାବ୍ୟସ୍ତ ଖବର ପାଇ ଶୁଣ୍ଢୀ ପ୍ରକାଶ ଫେରାର ହୋଇ ଯାଇଥିଲେI ପୁଲିସ ଘଟଣାରେ ତଦନ୍ତ ଚଳାଇବା ସହ ଖୋଜାଖୋଜି କରୁଛିI

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।