Indian art in China: ଚୀନ୍ରେ ଶାଢ଼ି ପିନ୍ଧି ଭାରତୀୟ କଳା ପଢ଼ାଇଲେ ମୀରା
ନୂଆଦିଲ୍ଲୀ: ଚୀନ୍ ର କଣ୍ଟେଣ୍ଟ କ୍ରିଏଟର ମୀରା କୌରୱାକି ବୁଧବାର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି।
ଏହି ଭିଡିଓରେ ସେ ବେଜିଂର ଏକ ବିଶ୍ୱବିଦ୍ୟାଳୟରେ ଶାଢ଼ି ପିନ୍ଧି ଭାରତୀୟ କଳା ବିଷୟରେ ପଢ଼ାଉଥିବା ନଜର ଆସିଛନ୍ତି।
Advertisment ଏହି ମୁହୂର୍ତ୍ତକୁ ବର୍ଣ୍ଣନା କରି ସେ ଲେଖିଛନ୍ତି, “ମୋତେ ଲାଗୁଛି ଏବେ ପରିବର୍ତ୍ତନ ଆସିଛି।
ଚୀନ୍ ଭାଷା ଶିଖୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ବିତାଇଥିବା ଏହି ଦିନଗୁଡ଼ିକ ଏକ ସୁନ୍ଦର ସ୍ମୃତି।
କଳା, ଭାଷା ଓ ବନ୍ଧୁତା କିପରି ସମସ୍ତ ସୀମା ଅତିକ୍ରମ କରିପାରେ, ତାହା ଏଥିରୁ ଜଣାପଡ଼େ।
ନୂଆ ବନ୍ଧୁ ଏବଂ ଅଭୁଲା ସ୍ମୃତି ପାଇଁ ମୁଁ କୃତଜ୍ଞ।” କ୍ଲାସ୍ ପରେ ଫୟୁଆନ୍ ମନ୍ଦିର ବୁଲିଲେ ମୀରାଙ୍କ ଭିଡିଓ ଅନୁଯାୟୀ, କ୍ଲାସ୍ ସରିବା ପରେ ସମସ୍ତେ ଚୀନ୍ର ବୌଦ୍ଧ ସଂସ୍କୃତିକୁ ଅନୁଭବ କରିବା ପାଇଁ ବସ୍ ଯୋଗେ ଫୟୁଆନ୍ ମନ୍ଦିରକୁ ଯାଇଥିଲେ।
ମନ୍ଦିର ଭିତରେ ମୀରା କିଶୋର ବୟସର ଛାତ୍ରଛାତ୍ରୀଙ୍କୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଶିଖାଇଥିଲେ।
ଏହା ପରେ ସେମାନେ ପୋପ୍ ଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ।
ସେଠାରେ ମୀରା ନିଜ ଭାରତୀୟ ବନ୍ଧୁମାନଙ୍କ ସହ ସ୍କାଏ ଟ୍ରେନ୍ର ମଜା ନେଇଥିଲେ।
ଏହା ପରେ କିଛି ଯୋଗାସନରେ ଫଟୋ ଉଠାଇବା ସହ ଏକ ଗ୍ରୁପ୍ ଫଟୋ ନେଇ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ।
View this post on Instagram ଅନଲାଇନ୍ରେ ଶିଖୁଛନ୍ତି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଚୀନ୍ର ନାଗରିକ ହୋଇ ମଧ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କାହିଁକି ବାଛିଲେ?
ଏହି ପ୍ରଶ୍ନର ଉତ୍ତର ଦେଇ ମୀରା ନିଜର ଅନ୍ୟ ଏକ ଭିଡିଓରେ କହିଛନ୍ତି, “ମୁଁ ଭାରତ ନ ଆସି ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଶିଖୁଛି।
ଏହା ଏପରି ଏକ କଳା, ଯାହା ଅନ୍ୟ କଳାଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଏଥିରେ ନିଷ୍ଠା, ଶୃଙ୍ଖଳା ଓ ପବିତ୍ରତା ରହିଛି।
ଏହି ନୃତ୍ୟରେ କଳାକୁ ଗୁରୁତ୍ୱ ଦିଆଯାଏ, ଯେତେବେଳେ ଅନ୍ୟ ନୃତ୍ୟ ଶୈଳୀରେ ନୃତ୍ୟଶିଳ୍ପୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଏ।
ମୋ ମତରେ ଏହା ହିଁ ସବୁଠାରୁ ବଡ଼ ପାର୍ଥକ୍ୟ।
ଏହି ନୃତ୍ୟ ମୋତେ ଶାନ୍ତି ଦିଏ।
ଏହା ଲୋକଙ୍କୁ ମାନସିକ ଭାବେ ସୁସ୍ଥ ରଖିବା ଭଳି ଅନୁଭବ ଦିଏ।” ମୀରାଙ୍କ ଏହି ଦୁଇଟି ଭିଡିଓକୁ ସୋସିଆଲ୍ ମିଡିଆରେ ଲୋକେ ବେଶ୍ ପସନ୍ଦ କରୁଛନ୍ତି।
କିଛି ଲୋକ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରୁଥିବାବେଳେ ଅନ୍ୟ କିଛି ଲୋକ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ବାଛିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶେଖ ହସିନାଙ୍କ ପଳାୟନ ଭିଡିଓ ସୁଟିଂ କରିଥିବା ବାୟୁସେନା ଅଧିକାରୀଙ୍କ ରହସ୍ୟମୟ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।