Judgement: ହତ୍ୟା ଅଭିଯୋଗରେ ଦୋଷୀକୁ ଆଜୀବନ ସଶ୍ରମ କାରାଦଣ୍ଡା
"ଚଣ୍ଡିଖୋଲ (ଭକ୍ତ ସାହୁ): ଏକ ଫୌଜଦାରୀ ମାମଲାର ବିଚାର କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଘଟଣାରେ ସମ୍ପୃକ୍ତ ମୁଦାଲାଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି।
Advertisment ମାମଲାରୁ ଜଣାଯାଏ ଯେ, ୨୦୨୦ ଜାନୁଆରି ୨୮ ତାରିଖରେ ଯାଜପୁର ଜିଲ୍ଲା ବୈରୀ ଥାନା ନୟାପାଟଣା ଗ୍ରାମର ବସନ୍ତ କୁମାର ସାହୁ ଛତିଆ ବିଟ୍ ହାଉସରେ ଲିଖିତ ଅଭିଯୋଗ କରିଥିଲେଯେ, ସେଦିନ ପୂର୍ବାହ୍ନ ୧୧:୩୦ ଘଟିକା ସମୟରେ ଘରେ ଅନ୍ୟ କେହି ପରିବାର ଲୋକ ନଥିବା ସମୟରେ ମୁଦାଲା ଦୀନବନ୍ଧୁ ସାହୁ ଓ ତାଙ୍କ ପୁଅ ସୌମ୍ୟରଂଜନ ସାହୁ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କ ମା" ସତ୍ୟଭାମା ସାହୁଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ।
ଏହା ଦେଖି ତାଙ୍କ ମା" ସତ୍ୟଭାମା ପ୍ରତିରୋଧ କରିବାରୁ ଉଭୟ ବାପ ଓ ପୁଅ ଲୁହା ରଡ଼ରେ ତାଙ୍କ ମାଆଙ୍କ ମୁଣ୍ଡରେ ଆଘାତ କରିଥିଲେ, ଯାହା ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା ଓ ସେ ଅଚେତ ହୋଇପଡିଥିଲେ।
ସାହି ଲୋକଙ୍କ ଠାରୁ ଘଟଣା ବିଷୟରେ ଖବର ପାଇ ଏତଲାକାରୀ ଓ ଅନ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାଆଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ଚିକିତ୍ସା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
3400 kisses: ପ୍ରେମିକାଙ୍କ ୩୪୦୦ ଚୁମ୍ବନ, ପୁଲିସର ୫୫୦୦ ଟଙ୍କା ଜରିମାନା ଏହି ଘଟଣାରେ ବୈରୀ ଥାନା ପୁଲିସ ପକ୍ଷରୁ ଥାନା କେଶ ନଂ- ୧୭/୨୦୨୦ ରେ ଏକ ମାମଲା ରୁଜୁ ହୋଇଥିଲା।
ଏହି ମାମଲା ଚଣ୍ଡିଖୋଲ କୋର୍ଟରେ ସି.ଟି.
ସେସନ୍ସ ନଂ- ୭୯/୨୦୨୦ ର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗୋପବନ୍ଧୁ ଗଡ଼ନାୟକ, ମୁଦାଲା ଦୀନବନ୍ଧୁ ସାହୁଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦,୦୦୦ ଟଙ୍କାର ଜୋରିମାନା ଓ ଜରିମାନା ଅନାଦେୟ ଆଉ ୬ ମାସର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଡିସନାଲ ପି.ପି.
ନଳିନୀକାନ୍ତ ମିଶ୍ର ପରିଚାଳନା କରୁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।