Judge’s Minor Son Taken Into Custody: ବିଚାରପତିଙ୍କ ନାଁରେ କାର୍‌, ଚଳାଉଥିଲେ ନାବାଳକ ପୁଅ; ଦୁର୍ଘଟଣାରେ ଚାଲିଗଲା ଜୀବନ

Oct 25, 2026 - 18:34
Judge’s Minor Son Taken Into Custody: ବିଚାରପତିଙ୍କ ନାଁରେ କାର୍‌, ଚଳାଉଥିଲେ ନାବାଳକ ପୁଅ; ଦୁର୍ଘଟଣାରେ ଚାଲିଗଲା ଜୀବନ

ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ଚର୍ଚ୍ଚା।

ଜଣେ ବିଚାରପତିଙ୍କ ୧୭ ବର୍ଷୀୟ ପୁଅ ଚଳାଉଥିବା ଅଭିଯୋଗ ହୋଇଥିବା ଏକ ବିଳାସପୂର୍ଣ୍ଣ ମର୍ସିଡିଜ୍‌ କାର୍‌ ଧକ୍କାରେ ୫୫ ବର୍ଷୀୟ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଛି।

ରବିବାର ଭୋର୍‌ ସମୟରେ କୋଚିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Advertisment ମୃତକଙ୍କ ନାଁ ଜୟବାଳକୃଷ୍ଣନ।

ସେ ନିଜର ଖାଦ୍ୟ ଷ୍ଟଲ୍‌ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ।

ଘଟଣା ଦିନ ସେ କାମ ସାରି ସ୍କୁଟରରେ ଘରକୁ ଫେରୁଥିବା ସମୟରେ ପଛପଟୁ ଆସିଥିବା ମର୍ସିଡିଜ୍‌ କାର୍‌ଟି ତାଙ୍କ ସ୍କୁଟରକୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋର୍‌ ଥିଲା ଯେ ଜୟବାଳକୃଷ୍ଣନଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିବା ତାଙ୍କ ଭାଣିଜୀ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରେ କାର୍‌ର ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ମୃତକଙ୍କ ସ୍କୁଟରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ସେଥିରେ ଥିବା ବିଭିନ୍ନ ସାମଗ୍ରୀ ରାସ୍ତାରେ ଏଣେତେଣେ ପଡ଼ିଥିଲା।

ଏହାକୁ ଦେଖି କାର୍‌ଟି ଅତ୍ୟଧିକ ବେଗରେ ଚାଲି ଯାଇଥିବା ମୃତକଙ୍କ ଭାଣିଜୀ କହିଛନ୍ତି।

Advertisment କାର୍‌ ମାଲିକ ଜଜ୍, ନାବାଳକ ପୁଅ ପୁଲିସ ହେପାଜତରେ ଏହି ଘଟଣାରେ ଆଉ ଏକ ଦିଗକୁ ନେଇ ଚର୍ଚ୍ଚା ବଢ଼ିଛି।

ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍‌ କାର୍‌ଟି ଜଣେ ଜଜଙ୍କ ନାଁରେ ପଞ୍ଜୀକୃତ ଥିବା ପୁଲିସ ଜାଣିବାକୁ ପାଇଛି।

କାର୍‌ଟି ତାଙ୍କ ୧୭ ବର୍ଷୀୟ ପୁଅ ଚଳାଉଥିବା ଅଭିଯୋଗ ହୋଇଛି।

ଦୁର୍ଘଟଣା ପରେ ନାବାଳକ ଚାଳକଙ୍କୁ ପୁଲିସ ହେପାଜତକୁ ନେଇଛି।

ପ୍ରାଥମିକ ତଦନ୍ତ ଅନୁସାରେ, ଦୁର୍ଘଟଣା ସମୟରେ ନାବାଳକ ଜଣକ ମଦ୍ୟପାନ କରିନଥିବା ପୁଲିସ କହିଛି।

ତେବେ ଅଧିକ ଯାଞ୍ଚ ପାଇଁ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଏହି ମାମଲାରେ ବେପରୁଆ ଗାଡ଼ି ଚାଳନା ଏବଂ ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ସମ୍ପର୍କିତ ଅଭିଯୋଗ ଲଗାଯାଇଛି।

ବିଚାରପତିଙ୍କ ବ୍ୟବହାରକୁ ନେଇ ମୃତକଙ୍କ ପରିବାରର ଅସନ୍ତୋଷ ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ମଧ୍ୟ ଗୁରୁତର ଅଭିଯୋଗ ଆସିଛି।

ମୃତକଙ୍କ ଭାଣିଜୀଙ୍କ ଦାବି ଅନୁସାରେ, ଥାନାରେ ସେ ନାବାଳକ ପୁଅକୁ କାହିଁକି ଗାଡ଼ି ଚଳାଇବାକୁ ଦିଆଗଲା ବୋଲି ପ୍ରଶ୍ନ କରିବାରୁ, ତାଙ୍କ ବାପା ତାଙ୍କ ସହ ଅସମ୍ମାନଜନକ ଭାବେ କଥା ହୋଇଥିଲେ।

ଏହି ଘଟଣାରେ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେ କହିଛନ୍ତି।

ଏଥିସହ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବାର ପରିଣାମ କେତେ ଭୟଙ୍କର ହୋଇପାରେ, ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।

ଜଣେ ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଥିବା ଏହି ଘଟଣାରେ ଏବେ ପୁଲିସ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ନାବାଳକଙ୍କ ଗାଡ଼ି ଚାଳନା, ଦୁର୍ଘଟଣାର ପ୍ରକୃତ କାରଣ ଏବଂ ମାମଲାରେ ଆଗକୁ କି ପଦକ୍ଷେପ ନିଆଯିବ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।