Justice Shashikant Mishra ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ:ଜଷ୍ଟିସ୍ ଶଶିକାନ୍ତ ମିଶ୍ର

Sep 27, 2026 - 18:31
Justice Shashikant Mishra  ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ:ଜଷ୍ଟିସ୍ ଶଶିକାନ୍ତ ମିଶ୍ର

"ଭୁବନେଶ୍ୱର: ଆଇନ ପରିବର୍ତ୍ତନର ଇଞ୍ଜିନ ଭାବେ କାର୍ଯ୍ୟ କରେ ।

ଆଇନ କାର୍ଯ୍ୟକାରୀ ହେଲେ ସମାଜ ତାର ଅନୁସରଣ କରେ ବୋଲି ଜଷ୍ଟିସ୍ ମିଶ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆଇନ : "ସାମାଜିକ ପରିବର୍ତନ  ସୁଶାସନର ଏକ ଉପକରଣ' ଶୀଷର୍କ ବକ୍ତୃତା ପ୍ରଦାନ କରି କହିଛନ୍ତି।Advertisment Soaps Costlier: କେଶ ତୈଳ, ଏସି, ସାବୁନ ମହଙ୍ଗା: ଅସହ୍ୟ ହେଲାଣି କଞ୍ଚାମାଲ ଦର ନିଜ ବକ୍ତବ୍ୟରେ ସେ କହିଛନ୍ତି,  ଭାରତରେ ବର୍ଷ ବର୍ଷ ଧରି ଆଇନ ବ୍ୟବସ୍ଥାର ବିକାଶ ସମାଜରେ ବ୍ୟାପକ ପରିବର୍ତନ ଆଣିବା ସହ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣର ମାର୍ଗ ପ୍ରଶସ୍ତ କରିଛି।

ସମ୍ବିଧାନ ପ୍ରଣୟନ ପୂର୍ବରୁ ସମାଜ ବିଭିନ୍ନ ଭେଦଭାବରେ ବିଭକ୍ତ ଥିଲା।

ଅସ୍ପୃଶ୍ୟତା ଏକ ଗୁରୁତର ସାମାଜିକ ସମସ୍ୟା ଥିଲା ।

ଅସ୍ପୃଶ୍ୟ ଭାବେ ବିବେଚିତ ଲୋକଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଉଥିଲା ।

ଭାରତୀୟ ସମ୍ବିଧାନର ଧାରା ୧୭ ଏହି ପ୍ରଥାକୁ ଦୂର କରି ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲା ।

ସେହିଭଳି, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ଏବଂ କାର ଚଳାଇବା ବେଳେ ସିଟ୍‌ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହେବା ମଧ୍ୟ ଆଇନର ପ୍ରଭାବର ଉଦାହରଣ ବୋଲି ସେ କହିଥିଲେ ।

ପୂର୍ବରୁ କାର୍‌ରେ ସିଟ୍‌ବେଲ୍ଟ ବ୍ୟବସ୍ଥା ନଥିଲା, କିନ୍ତୁ ଆଜି ଏହା ବ୍ୟବହାର ନକଲେ ଦଣ୍ଡିତ ହେବାକୁ ପଡ଼ିଥାଏ ।

ଏପରିକି ପ୍ରତ୍ୟେକ କାର୍ ନିର୍ମାତାଙ୍କୁ ଯାନରେ ସିଟ୍‌ବେଲ୍ଟ ବ୍ୟବସ୍ଥା କରିବାକୁ ପଡ଼ୁଛି ବୋଲି ସେ କହିଥିଲେ ।

High Court Judge Vacancy: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଦାବି: ହାଇକୋର୍ଟ ବାର୍‌ର ଉଦବେଗ ସୁଶାସନ ସଂର୍ପକରେ ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଆଇନର ଅନୁପାଳନ, ଉତରଦାୟିତ୍ୱ ଓ ସ୍ୱଚ୍ଛତା ସୁନିଶ୍ଚିତ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ଅଂଶଗ୍ରହଣକୁ ସୁଯୋଗ ଦେବା ହେଉଛି ସୁଶାସନର ମୁଖ୍ୟ ଉଦ୍ଦେଶ୍ୟ ।

ଦୁର୍ନୀତି ରୋକିବା ପାଇଁ ମଧ୍ୟ ଦୃଢ଼ ପଦକ୍ଷେପ ଆବଶ୍ୟକ ଏବଂ ଏଥିପାଇଁ ଦୁର୍ନୀତି ନିବାରଣ ଆଇନ ପ୍ରଣୟନ କରାଯାଇଛି ବୋଲି ସେ କହିଥିଲେ ।

କୃଷି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଦେଶର ପ୍ରାୟ ୭୦ ପ୍ରତିଶତ ଲୋକ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ ଥିବାରୁ ସେମାନେ ଜଣେ କୃଷକଙ୍କ ଭଳି ଚିନ୍ତା କରିବା ଆରମ୍ଭ କରିବା ଉଚିତ । “ଆଇନ କିପରି କାର୍ଯ୍ୟ କରେ ତାହା ଜାଣିବା ସହ ନିଜ ମନକୁ ଖୋଲା ରଖିବା ଆବଶ୍ୟକ ।

ମାନବ ମନ ଏକ ପାରାସୁଟ୍ ଭଳି, ଏହା ଖୋଲା ରହିଲେ ହିଁ କାର୍ଯ୍ୟ କରେ,” ବୋଲି ସେ କହିଥିଲେ ।

Odisha High Court: ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧାଧିକ ବିଚାରପତି ପଦ ଖାଲି: ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୭୨ହଜାର ପାର ସୋଆ ବାର୍ଷିକ ବକ୍ତୃତାମାଳାର ଅଂଶ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ ଓ କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।

ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ" (ଏସ୍‌ଏନ୍‌ଆଇଏଲ୍‌)ର ଡିନ୍ ପ୍ରଫେସର ଏସ୍‌.ଏ.କେ.

ଆଜାଦ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।