Divya Mittal: ରାଜନୀତି, କୋଚିଂ ଅଥବା ବିଦେଶ ଯାତ୍ରା? ପୂର୍ବତନ ଜିଲ୍ଲାପାଳଙ୍କ ନୂଆ ପୋଷ୍ଟ ବଢ଼ାଇଲା ଦ୍ବନ୍ଦ୍ବ

Sep 27, 2026 - 19:56
Divya Mittal: ରାଜନୀତି, କୋଚିଂ ଅଥବା ବିଦେଶ ଯାତ୍ରା? ପୂର୍ବତନ ଜିଲ୍ଲାପାଳଙ୍କ ନୂଆ ପୋଷ୍ଟ ବଢ଼ାଇଲା ଦ୍ବନ୍ଦ୍ବ

"ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ଆଇଏଏସ୍‌ ଅଧିକାରୀ ଦିବ୍ୟା ମିତ୍ତଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ପ୍ରଶାସନିକ ସେବାରୁ ଇସ୍ତଫା ଦେଲା ପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଆଗାମୀ ପଦକ୍ଷେପ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦିବ୍ୟା ମିତ୍ତଲ ପୋଷ୍ଟରେ ଲେଖିଛନ୍ତି, ମୋତେ ଆଗକୁ କ"ଣ କରିବାକୁ ହେବ?

ଏଥି ସହିତ କିଛି ସମ୍ଭାବିତ ରାସ୍ତା ସଂପର୍କରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‌ସେପ୍ଟେମ୍ବର ୩୦ ତାରିଖ ସକାଳ ସାଢ଼େ ୮ଟାରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବେ।

Advertisment ଦିବ୍ୟା ମିତ୍ତଲ ନିଜର ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି।

ତାଙ୍କର ୩ଟି ସୋସିଆଲ ମିଡିଆ ଆକାଉଣ୍ଟରେ ମୋଟ ୭.୫୫ ଲକ୍ଷ ଅନୁଗାମୀ ଅଛନ୍ତି।

ଇନ୍‌ଷ୍ଟାଗ୍ରାମରେ କେବଳ ୩.୬୯ ଲକ୍ଷ, ଏକ୍ସରେ ପାଖାପାଖି ୨.୩୩ ଲକ୍ଷ ଏବଂ ଫେସ୍‌ବୁକ୍‌ରେ ପାଖାପାଖି ୧.୫୩ ଲକ୍ଷ ଫଲୋଅର୍ସ ଅଛନ୍ତି।  आगे क्या करना है? मैंने पढ़ा:"बच्चे छोटे हैं। अब घर।""अच्छा पैकेज मिलेगा। वापस विदेश।""IAS पर किताब लिखी है। कोचिंग।""टिकट पक्का हो गया होगा। राजनीति।"29 सितंबर, सुबह 8:30 बजे।बताऊँगी। 🙏 — Divya Mittal (@divyamittal_IAS) September 27, 2026 ସେପ୍ଟେମ୍ବର ୧୫ରେ ଆଇଏଏସ୍‌ ଯାତ୍ରା ଶେଷ ୨୦୧୩ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍‌ ଅଧିକାରୀ ଦିବ୍ୟା ମିତ୍ତଲ ଅଗଷ୍ଟ ୩୦ରେ ପ୍ରଶାସନିକ ସେବାରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପାରିବାରିକ ପ୍ରାଥମିକତାକୁ ଆବଶ୍ୟକତା ମନେ କରି ତଥା ଜୀବନର ନୂଆ ଲକ୍ଷ୍ୟ ନେଇ ସ୍ବେଚ୍ଛାକୃତ ଅବସର ନେଇଥିଲେ।

କେନ୍ଦ୍ର ସରକାର ତାଙ୍କର ଇସ୍ତଫା ସ୍ବୀକାର କରିବା ସହିତ ୨୦୨୬ ସେପ୍ଟେମ୍ବର ୧୫ରୁ ଏହା ପ୍ରଭାବିତ ହୋଇଥିଲା।

ଇସ୍ତଫା ପରେ ଦିବ୍ୟା ମିତ୍ତଲ କହିଥିଲେ, ଆଇଏଏସ୍‌ ଚାକିରି ତାଙ୍କ ଜୀବନର ଏକ ମାତ୍ର ଚ୍ୟାପ୍ଟର।

ସେ ପରିବାର, ଲେଖିବା, ଶିକ୍ଷଣ ଏବଂ ସମାଜ ସେବା ସହିତ ନିଜର ଭବିଷ୍ୟତ ବିକଳ୍ପ ନେଇ ସଂକେତ ମଧ୍ୟ ଦେଇଥିଲେ।

ଲଣ୍ଡନରେ ଚାକିରି କରିଥିଲେ ଦିବ୍ୟା ସୂଚନାଯୋଗ୍ୟ ଦିବ୍ୟା ମିତ୍ତଲ ଆଇଆଇଯି ଦିଲ୍ଲୀ ଏବଂ ଆଇଆଇଏମ୍‌ ବେଙ୍ଗାଲୁରୁରେ ପାଠ ପଢ଼ିଥିଲେ।

ଏହା ବ୍ୟତୀତ ସେ ଲଣ୍ଡନରେ ଚାକିରି ମଧ୍ୟ କରିଥିଲେ।

କିନ୍ତୁ ଭାରତ ଫେରି ଆସି ୟୁପିଏସ୍‌ସି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ।

ଆଇଏଏସ୍‌ ଅଧିକାରିଣୀ ଭାବେ ସେ ୧୩ ବର୍ଷର କ୍ୟାରିୟର କରିଥିଲେ।

ମିର୍ଜାପୁରର ଜିଲ୍ଲାପାଳ ରହିଥିଲେ।

ଏହି ସମୟରେ ସେ ଗାଁରେ ପାଇପ ପାଣି ପହଞ୍ଚାଇବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ।

ସେ ଇସ୍ତଫା ଦେଲା ପରେ ତାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।