Kalahandi Lovers’ Death Case: ନିଖୋଜର ୧୧ ଦିନ ପରେ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ, ତଦନ୍ତରେ ନୂଆ ମୋଡ଼

Oct 23, 2026 - 17:33
Kalahandi Lovers’ Death Case: ନିଖୋଜର ୧୧ ଦିନ ପରେ ମିଳିଲା ପ୍ରେମୀଯୁଗଳଙ୍କ ମୃତଦେହ, ତଦନ୍ତରେ ନୂଆ ମୋଡ଼

କଳାହାଣ୍ଡିରେ ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟଣାକୁ ବଡ଼ ସୂଚନା ।

ହତ୍ୟା ଓ ଯୁବତୀଙ୍କ ମୁଣ୍ଡରେ ଏସିଡ୍ ପକାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି ପୋଲିସ।

କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ସୂଚନା ଅନୁଯାୟୀ, ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରେ ମୃତଦେହରେ କୌଣସି କ୍ଷତଚିହ୍ନ ଥିବା ଜଣାପଡ଼ିନାହିଁ।

ଏଥିସହ ଯୁବତୀଙ୍କ ମୁଣ୍ଡରେ ଏସିଡ୍ ପକାଯାଇଥିବା ନେଇ ସମ୍ପର୍କୀୟଙ୍କ ଅଭିଯୋଗକୁ ମଧ୍ୟ ପୋଲିସ ଅସ୍ୱୀକାର କରିଛି।

Advertisment ଏସପିଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ଜଣାପଡ଼ିଛି।

ଗତକାଲି କୋକସରା ଥାନା ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଥିଲା।

ଗତମାସ ୧୭ ତାରିଖ ରାତିରୁ ଉଭୟ ନିଖୋଜ ହୋଇଯାଇଥିଲେ।

ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା।

ଧର୍ମଗଡ଼ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣା ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି କହିଲେ କଳାହାଣ୍ଡି ଏସପି 'ହତ୍ୟା ଅଭିଯୋଗର ପ୍ରମାଣ ମିଳିନି' 'ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ' ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି- ଏସପି Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।