Keep pimples away this rainy season: ମୁହଁରେ ବ୍ରଣ ହେଉଛି କି! କଣ କରିବେ ଜାଣନ୍ତୁ
ବର୍ଷା ଋତୁରେ ଦିନକୁ ୨ରୁ୩ ଥର ମୁହଁକୁ ଭଲ ଭାବରେ ଧୋଇବା ଉଚିତ। ଏହା ଦ୍ୱାରା ଦିନସାରା ଜମିଥିବା ଝାଳ, ତେଲ ଓ ମଇଳା ସଫା ହୋଇଯାଏ। ତେବେ ମୁହଁ ଧୋଇବା ପାଇଁ ସବୁବେଳେ ଫେସୱାସ ବ୍ୟବହାର କରନ୍ତୁ। ଅଧିକ ସ୍କ୍ରବ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ତ୍ୱଚାରେ ଜ୍ୱଳନ ଓ ଇରିଟେସନ୍ ସୃଷ୍ଟି କରେ।
ବର୍ଷା ଦନରେ ଆଦ୍ରତା ଅଧିକ ଥାଏ। ଅତ୍ୟଧିକ ଗାଢ଼ କ୍ରିମ୍ ସ୍କ୍ରିନରେ ଚିପ୍ଚିପା ଲାଗିଥାଏ। ଏହା ଫଳରେ ତ୍ୱଚାରେ ଅଧିକ ତେଲ ଜମିପାରେ। ତେଣୁ ବର୍ଷା ଋତୁରେ ହାଲୁକା, ଜେଲ୍-ଆଧାରିତ, ଅଏଲ୍-ଫ୍ରି ସ୍କିନ୍ କେୟାର୍ ପ୍ରଡକ୍ଟ ବ୍ୟବହାର କରନ୍ତୁ। ଏହାଦ୍ୱାରା କେବଳ ବ୍ରଣ କମି ନଥାଏ ବଂର ତ୍ୱଚା ମଧ୍ୟ ସୁସ୍ଥ ଓ ସତେଜ ରହିବ।
ଖାଦ୍ୟ ଅଧିକ ତେଲିଆ, ମସଲାଯୁକ୍ତ ଓ ଅତ୍ୟଧିକ ରାଗ ଖାଦ୍ୟ ଖାଇବା ଖାଆନ୍ତୁ ନାହିଁ। ଖାଦ୍ୟରେ ପ୍ରତିଦିନ ଫଳ, ପନିପରିବା, କମ୍ ଚର୍ବିଯୁକ୍ତ ପ୍ରୋଟିନ୍ ଏବଂ ସ୍ୱାସ୍ଥ୍ୟକର ଫ୍ୟାଟ୍କୁ ସାମିଲ କରନ୍ତୁ। ଶରୀରକୁ ହାଇଡ୍ରେଟେଡ୍ ରଖିବା ପାଇଁ ଦିନସାରା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ମିଠା ଜିନିଷ ଅଳ୍ପ ପରିମାଣରେ ଖାଆନ୍ତୁ।
ଯେଉଁମାନେ ଦିନରେ ମେକଅପ୍ ବ୍ୟବହାର କରନ୍ତି, ସେମାନେ ବର୍ଷା ଦିନେ ରାତିରେ ଶୋଇବା ପୂର୍ବରୁ ନିଶ୍ଚିତ ଭାବେ ମୁହଁ ସଫା କରିବା ଆବଶ୍ୟକ। ମେକଅପ୍ ତ୍ୱଚାରେ ଥିବା ତେଲ ଓ ଝାଳ ରାତିସାରା ରୋମଛିଦ୍ରକୁ ବନ୍ଦ କରିଦିଏ। ସେଥିପାଇଁ ଶୋଇବା ପୂର୍ବରୁ ସବୁବେଳେ କୌଣସି ଫେସୱାସ କିମ୍ବା ମେକଅପ୍ ରିମୁଭର ବ୍ୟବହାର କରି ମେକଅପ୍ ସଫା କରନ୍ତୁ। ଏହାଦ୍ୱାରା ତ୍ୱଚା ସଫା, ସତେଜ ରହିବ ଏବଂ ବ୍ରଣ (ପିମ୍ପଲ୍) ହେବାର ସମ୍ଭାବନା କମିଯିବ।
ଯଦି ମୁହଁରେ ବ୍ରଣ (ପିମ୍ପଲ୍) ହୋଇଥାଏ, ତେବେ ତାହାକୁ ବାରମ୍ବାର ହାତ ଲଗାନ୍ତୁ ନାହିଁ କିମ୍ବା ଫୁଟାନ୍ତୁ ନାହିଁ। ବ୍ରଣକୁ ବାରମ୍ବାର ଛୁଇଁବା କିମ୍ବା ଫୁଟାଇବା ଦ୍ୱାରା ଇନଫେକ୍ସନ ବଢ଼ିବାର ଆଶଙ୍କା ରହିଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।