Kidnapping Case: ବ୍ୟବସାୟୀ ଅପହରଣ ମାମଲାରେ ଆଉ ୨ ଗିରଫ, ପୋଲିସ SI ସ୍ନେହାମଞ୍ଜରୀ ସାହୁ ଓ ସାମ୍ବାଦିକ ସଞ୍ଜୟ ଜେନା ଗିରଫ
ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଟ୍ବିଷ୍ଟ। ଅପହରଣର ମାଷ୍ଟରମାଇଣ୍ଡ କ୍ଷୀତିଶର ଭଉଣୀଙ୍କୁ ଗିରଫ କଲା ପୋଲିସ। ପୋଲିସ SI ଭାବେ କାର୍ଯ୍ୟରତ ଅଭିଯୁକ୍ତର ଭଉଣୀ ସ୍ନେହାମଂଜରୀ ସାହୁଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ।ମାମଲାରେ ସାମ୍ବାଦିକ ସଂଜୟ ଜେନା ମଧ୍ୟ ଗିରଫ ହୋଇଛନ୍ତି।
ବ୍ୟବସାୟୀ ଅପହରଣ ମାମଲାରେ ଆଉ ୨ ଗିରଫ ସହ ମୋଟ ଗିରଫଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି। ଅପହରଣର ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ସ୍ନେହାମଞ୍ଜରୀ। ପୋଲିସର ପରିଚୟ ଦେଇ ଅପହରଣରେ ସାମିଲ ଥିଲେ ସଞ୍ଜୟ। ପୂର୍ବରୁ ଗିରଫ ହୋଇଥିଲେ କ୍ଷୀତିଶ ସାହୁ ଓ ସଞ୍ଜିତ ବେହେରା। ଅପହରଣରେ ୧୦ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଅନ୍ୟମାନଙ୍କୁ ଖୋଜୁଛି ପୋଲିସ।....
ବ୍ୟବସାୟୀ ଅପହରଣ: SI, ସାମ୍ବାଦିକ ଗିରଫ
ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ଆଉ ୨ ଗିରଫ
ଗିରଫଙ୍କ ସଂଖ୍ୟା ୪କୁ ବୃଦ୍ଧି ନେଇ ବଲାଙ୍ଗିର ଏସ୍ ପିଙ୍କ ସୂଚନା
କ୍ଷୀତିଶର ଭଉଣୀ SI ସ୍ନେହାମଞ୍ଜରୀ ସାହୁ ଓ ସାମ୍ବାଦିକ ସଞ୍ଜୟ ଜେନା ଗିରଫ
ଅପହରଣର ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ସ୍ନେହାମଞ୍ଜରୀ
ପୋଲିସର ପରିଚୟ ଦେଇ ଅପହରଣରେ ସାମିଲ ଥିଲେ ସଞ୍ଜୟ
ପୂର୍ବରୁ ଗିରଫ ହୋଇଥିଲେ କ୍ଷୀତିଶ ସାହୁ ଓ ସଞ୍ଜିତ ବେହେରା
ଅପହରଣରେ ୧୦ ଜଣଙ୍କ ସମ୍ପୃକ୍ତି, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।