Kolkata Durga puja: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

Oct 17, 2026 - 23:19
Kolkata Durga puja: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

"ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ଦୁର୍ଗାପୂଜା ମଣ୍ଡପରେ ଆଜି ସନ୍ଧ୍ୟାରେ ଘଟିଥିବା ଦଳାଚକଟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ପିଏମ୍‌ଓ ପକ୍ଷରୁ ଲେଖାଯାଇଛି ଯେ, କୋଲକାତାରେ ଘଟିଥିବା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦାୟକ।

ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଉଛି।

ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ କାମନା କରୁଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସମ୍ଭବପର ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।Advertisment The Prime Minister has announced an ex-gratia of Rs.

2 lakh from PMNRF would be given to the next of kin of each of those who lost their lives.

The injured would be given Rs.

50,000. https://t.co/6CLxoRkZy6 — PMO India (@PMOIndia) October 17, 2026 ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ, ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ 'ପିଏମ୍‌ଏନ୍‌ଆର୍‌ଏଫ୍' (PMNRF) ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।

ସେହିପରି ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।

Kolkata Durga puja: କୋଲକାତା ଦୁର୍ଗାପୂଜାରେ ଦୁର୍ଘଟଣା; ୧୭ ମୃତ ସୂଚନା; ଅନେକ ଆହତ ଦୁର୍ଗାପୂଜା ମଣ୍ଡ‌ପରେ ଘଟିଥିବା ଅଘଟଣ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେ ଦୁର୍ଘଟଣାରେ ଜୀବନ ହରାଇଥିବା ପରିବାାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି।

ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ରବି କୋଲକାତା ଦୁର୍ଗାପଜୂ ମଣ୍ଡପରେ ଘଟିଥିବା ଅଘଟଣ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତମାନେ ଶୀଘ୍ର ଠିକ୍‌ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଦଳାଚକଟା ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।