Kotia Issue: କୋଟିଆରେ ଜୟପୁର ଉପଜିଲ୍ଲାପାଳ, ଆନ୍ଧ୍ରର ପ୍ରଲୋଭନରେ ନପଡିବାକୁ ଗ୍ରାମବାସୀଙ୍କୁ ନିବେଦନ

Oct 23, 2026 - 10:04
Kotia Issue: କୋଟିଆରେ ଜୟପୁର ଉପଜିଲ୍ଲାପାଳ, ଆନ୍ଧ୍ରର ପ୍ରଲୋଭନରେ ନପଡିବାକୁ ଗ୍ରାମବାସୀଙ୍କୁ ନିବେଦନ

କୋଟିଆ ହାତେଇବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର। କୋଟିଆରେ ଆନ୍ଧ୍ରର ନିର୍ବାଚନ ଷଡ଼ଯନ୍ତ୍ର ପରେ କୋଟିଆରେ ପହଞ୍ଚିଛନ୍ତି ଜୟପୁର ଉପଜିଲ୍ଲାପାଳ। ଗାଁ ଗାଁ ବୁଲି ଆନ୍ଧ୍ରର ପ୍ରଲୋଭନରେ ନପଡିବାକୁ ଗ୍ରାମବାସୀଙ୍କୁ ବୁଝାଇଛନ୍ତି। ପ୍ରାୟ ୨୬ଟି ଗାଁ ପରିଦର୍ଶନ କରିଛନ୍ତି ଉପଜିଲ୍ଲାପାଳ ଫାର୍ଭି ରସିଦ୍। ବିଶେଷକରି ନେରେଡିବାଲାସା, ଉପରସେମ୍ବି, ତଳସେମ୍ବି, ମାଡ଼କାର, ଫଗୁଣସେନେରୀ ଏବଂ ଫାଟୁସେନେରୀ ଆଦି ସମ୍ବେଦନଶୀଳ ଗାଁ ଗୁଡ଼ିକରେ ପହଞ୍ଚି ଉପଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। 

ସରକାରୀ ଯୋଜନା ଓ ସୁବିଧା କିଭଳି ପହଞ୍ଚୁଛି ସେନେଇ ତଦାରଖ କରିବା ସହ ଆନ୍ଧ୍ରର କୌଣସି ମିଥ୍ୟା ପ୍ରତିଶ୍ରୁତି ବା ପ୍ରଲୋଭନରେ ନ ପଡ଼ିବାକୁ ସେ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି। ଗ୍ରାମବାସୀ ମଧ୍ୟ ନିଜ ନିଜର ଦାବି ଓ ସମସ୍ୟା ପ୍ରଶାସନ ଆଗରେ ଉପସ୍ଥାପନ କରିଛନ୍ତି। ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ତଥା ଭବିଷ୍ୟତକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶା ପ୍ରଶାସନ ଉପରେ ଭରସା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।