Kotia Tension Peaks Ahead: ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍; ଛକାପଂଝା ଭିତରେ ନବୀନଙ୍କ ପୁଣି ଚିଠି ରାଜନୀତି

Nov 04, 2026 - 19:20
Kotia Tension Peaks Ahead: ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍; ଛକାପଂଝା ଭିତରେ ନବୀନଙ୍କ ପୁଣି ଚିଠି ରାଜନୀତି

ନା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ପ୍ରତି ଭୟ, ନା ଆଇନ କାନୁନ ପ୍ରତି ଖାତିର।

ସବୁ ନୀତି ନିୟମକୁ ଫୁ' କରି ପଞ୍ଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଥିବା ଆନ୍ଧ୍ରର ଆଜି ଭାଙ୍ଗିଛି ଆଣ୍ଟ।

କାଲିର ଠେଲାପେଲା ସହ ଖଣ୍ଡଯୁଦ୍ଧ ପରେ ଆଜି କୋଟିଆ ଗ୍ରାଉଣ୍ଡରୁ ତଡ଼ା ଖାଇଛି ଆନ୍ଧ୍ର ପୋଲିସ।

ନେରେଡିବାଲସା ହେଉ କି ଉପରସେମ୍ବି।

Advertisment ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ସବୁଠି କଡ଼ା ନଜର ରଖିଥିବା କୋରାପୁଟ ପ୍ରଶାସନ ଆଜି ଚେକ୍ ପୋଷ୍ଟକୁ ନିଜ କବଜାକୁ ନେବା ପରେ ବାଧ୍ୟ ହୋଇ ଫେରିଯାଇଛି ଆନ୍ଧ୍ର ପୋଲିସ।

ତାସହ କୋଟିଆରୁ ପୋଲିଂ ପାର୍ଟି ବି ଫେରିଯାଇଛି।

ଏସବୁ ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ପ୍ରସଙ୍ଗରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୨୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ କୋଟିଆ ସମାଧାନ ପାଇଁ ସେ ଦାବି କରିଛନ୍ତି।

ଯାହାକୁ ନେଇ ତେଜିଛି ରାଜନୀତି।

ତେଣେ ରାତି ପାହିଲେ କୋଟିଆରେ ଆନ୍ଧ୍ର ନିର୍ବାଚନ।

ଏଣେ ଓଡ଼ିଶା ରାଜନୀତିରେ 'ଚିଠି ପଲିଟିକ୍ସ'।

ପୁଣି ଥରେ ସିଏମ୍ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୨୦୨୪ ବିଜେପି ଇସ୍ତାହାରକୁ ସେ ମନେ ପକାଇଦେଇଛନ୍ତି।

ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ 'କୋଟିଆ'ର ସମାଧାନ ଦାବି କରିଛନ୍ତି।

Advertisment ଏପରିକି କେନ୍ଦ୍ର ଓ ଆନ୍ଧ୍ର ସରକାର ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ବି ଚିଠିରେ ଦର୍ଶାଇ ନବୀନ ଓଡ଼ିଶାର ଅଖଣ୍ଡତା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି।...ନବୀନଙ୍କ ଏଭଳି ଚିଠି ପ୍ରଥମ ନୁହେଁ, ଏହା ପୂର୍ବରୁ ୨ ଥର ସମାନ ଆଭିମୁଖ୍ୟ ରଖି ଚିଠି ଲେଖିଥିଲେ।

ଯାହାର ଉତ୍ତର ବି ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କୋଟିଆକୁ ନେଇ ରାଜନୀତି କରାନଯାଉ ବୋଲି କହିଥିଲେ ମୋହନ।

ଏହାପରେ ଆଜି ହଠାତ୍ ପୁଣି ଥରେ ନବୀନ ଚିଠି ଲେଖିବା ପରେ ତେଜିଛି ରାଜନୀତି।

ବିଜେପି କହିଛି ୨୪ ବର୍ଷ ଧରି ଶାସନ କରିଥିବା ତତ୍କାଳୀନ ନବୀନ ସରକାର, କୋଟିଆ ସମାଧାନ କରିପାରିଲେନି।

ଏବେ ଅଢ଼େଇ ବର୍ଷର ସରକାରଙ୍କୁ କାହିଁକି ପ୍ରଶ୍ନ ?

ରାଜନୀତି ନକରି ଗଠନମୂଳକ ପରାମର୍ଶ ଦିଅନ୍ତୁ।

ଏହି ଚିଠି ରାଜନୀତି ଭିତରେ କୋଟିଆରେ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଆନ୍ଧ୍ରର ଭାଙ୍ଗିଲାଣି ଆଣ୍ଟ।

ତଡ଼ା ଖାଇଛି ପୋଲିସ।

ଚେକ ପୋଷ୍ଟକୁ କବଜା କରିଛି ଓଡ଼ିଶା।

ସେ ଉପରସେମ୍ବି ହେଉ କି ନେରେଡ଼ିବାଲସା, ଫଗୁଣସିନେରୀ ହେଉ କି ଫାଟୁ ସିନେରୀ, ଡୋଲିଆମ୍ବ ହେଉ କି ମାଡ଼କାର।

କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଶା ପୋଲିସର ପତିଆରା।

ସବୁଠି ଛକିଛି ଓଡ଼ିଶା ପୋଲିସ, ଦିନ ରାତି ଚାଲିଛି ପାଟ୍ରୋଲିଂ।

ଆଜି କୋଟିଆ ପଞ୍ଚାୟତ ଉପରସେମ୍ବିର ଚେକ୍ ପୋଷ୍ଟକୁ ଓଡ଼ିଶା ପୋଲିସ କବଜା କରିଥିବାବେଳେ ଏହି ଚେକପୋଷ୍ଟ ଛାଡ଼ି ଫେରିଯାଇଛି ଆନ୍ଧ୍ର ପୋଲିସ।

ଗତକାଲିର ଠେଲାପେଲା ଓ ଖଣ୍ଡଯୁଦ୍ଧ ପରେ ଆଜି ପୁରା ଆକ୍ସନ ମୋଡକୁ ଆସିଛନ୍ତି ଓଡ଼ିଶା ସରକାର ଏବଂ ପ୍ରଶାସନ।

ଗାଁ ଗାଁରେ ଚାଲିଛି ସର୍ଭେଲାନ୍ସ।

ସମସ୍ତ ୨୧ ଗ୍ରାମରେ ଲାଗିଛି BNSS-163।

୩ଟି ଚେକ୍ ଗେଟରେ ରଖାଯାଇଛି ୨୪ ଘଣ୍ଟିଆ ନଜର।

ଆନ୍ଧ୍ରର ଜବରଦସ୍ତି ନିର୍ବାଚନକୁ ପ୍ରତିହତ ପାଇଁ ନେରେଡିବାଲସାରେ ୧୬ ମାଜିଷ୍ଟ୍ରେଟ୍, ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପଟେ ଆସନ୍ତାକାଲିର ଭୋଟିଂ ପାଇଁ ନେରେଡିବାଲସାରେ ବୁଥ୍ କରିବାକୁ ରିଟର୍ଣ୍ଣିଂ ଅଫିସର ଆନ୍ଧ୍ରରୁ ଦଳ ବଳ ଧରି କୋଟିଆ ଆସୁଥିବା ସୂଚନା ମିଳିଛି।

ଆଉ ଏହାକୁ ମୁକାବିଲା ପାଇଁ କେବଳ ଓଡ଼ିଶା ସରକାର କିମ୍ବା ପ୍ରଶାସନ ନୁହଁ, କୋଟିଆ ମାଟିର ସୁରକ୍ଷା ପାଇଁ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବାହାରିଛନ୍ତି ଜନତାଙ୍କ ସହ ନେତା।

ଆନ୍ଧ୍ରର ଦାଦାଗିରି ବିରୋଧରେ କୋଟିଆ ସୀମାନ୍ତରେ ଏକାଠି ହେଉଛନ୍ତି ସମସ୍ତେ।

ଗତକାଲିଠୁ ନେତା, ଜନତାଙ୍କ ସହ ସରକାରୀ ଅଧିକାରୀ ବି ଜଗିରହିଛନ୍ତି କୋଟିଆରେ।

ଗୋଟିଏ ପଟେ କୋଟିଆ ନିର୍ବାଚନକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଛକାପଂଝା, ତାହାରି ଭିତରେ ବିରୋଧୀଙ୍କ ରୁଟି ସେକା ରାଜନୀତି।

ଏଭଳି ସ୍ଥିତିରେ ଆସନ୍ତାକାଲି କ'ଣ ହେବ କୋଟିଆରେ ?

ଆନ୍ଧ୍ର ନିର୍ବାଚନ କରିପାରିବ ନା ପଣ୍ଡ ହେବ ସବୁ ଯୋଜନା ?

ତାକୁ ନେଇ ବଢ଼ିଛି ଚର୍ଚ୍ଚା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।