Krishna janmasthami : ନନ୍ଦ ଘରେ ଆନନ୍ଦ! ଆଜି ଜନ୍ମ ହେବେ ଲଡ଼ୁ ଗୋପାଳ
"ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ସାରା ଦେଶରେ ଭକ୍ତି ଓ ଉତ୍ସାହର ସହ ପାଳନ ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।
ମଥୁରାରୁ ପୁରୀ ପର୍ଯ୍ୟନ୍ତ, ମନ୍ଦିରଠାରୁ ଘର ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି “ଜୟ ଶ୍ରୀକୃଷ୍ଣ” ଧ୍ୱନି।
ଧାର୍ମିକ ବିଶ୍ୱାସ ଅନୁସାରେ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ।
ସେଥିପାଇଁ ଏହି ରାତିକୁ ଅତ୍ୟନ୍ତ ପବିତ୍ର ଓ ମଙ୍ଗଳମୟ ବୋଲି ମନାଯାଏ।
ଚଳିତ ବର୍ଷ ଜନ୍ମାଷ୍ଟମୀର ମହତ୍ତ୍ୱ ଆହୁରି ବଢ଼ିଯାଇଛି।
କାରଣ ଅଷ୍ଟମୀ ତିଥି, ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଚନ୍ଦ୍ରଙ୍କ ଶୁଭ ସଂଯୋଗ ଏକାସାଥିରେ ଘଟୁଛି।Advertisment ଏ ବର୍ଷ ଜନ୍ମାଷ୍ଟମୀ ଟିକେ ନିଆରା: ଏହି ସବୁ ରାଶିର ଲୋକଙ୍କ ପାଇଁ ଆସୁଛି ଭଲଦିନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ସଂଯୋଗ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ ଏବଂ ଏହି ଦିନ ଭକ୍ତିଭାବରେ କୃଷ୍ଣଙ୍କ ପୂଜା କଲେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ ହୁଏ।
ଶ୍ରୀକୃଷ୍ଣ ଜନ୍ମୋତ୍ସବ ପୂଜା ପାଇଁ ଆଜି ରାତି ୧୧ଟା ୫୭ ମିନିଟରୁ ୧୨ଟା ୪୩ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି।
ଏହି ସମୟରେ ଭକ୍ତମାନେ ଲଡ଼ୁ ଗୋପାଳଙ୍କୁ ପଞ୍ଚାମୃତ ସ୍ନାନ କରାଇବେ, ନୂଆ ବସ୍ତ୍ର ପିନ୍ଧାଇବେ ଓ ମାଖନ-ମିଶ୍ରି ଭୋଗ ଅର୍ପଣ କରିବେ।
ମଧ୍ୟରାତ୍ରିରେ କାହ୍ନାଙ୍କ ଜନ୍ମ ମହୋତ୍ସବ ପାଳନ ପରେ ଆରତି କରାଯିବ।
ବ୍ରତ ରଖିଥିବା ଭକ୍ତମାନେ ମଧ୍ୟରାତ୍ରି ପୂଜା ଶେଷ ହେବା ପରେ ପ୍ରସାଦ ଗ୍ରହଣ କରି ବ୍ରତ ଭଙ୍ଗ କରିପାରିବେ।
ଅନେକ ସ୍ଥାନରେ ପରମ୍ପରା ଅନୁଯାୟୀ ପରଦିନ ସକାଳେ ମଧ୍ୟ ପାରଣ କରାଯାଏ।
ତେବେ ଆଜିର ଏହି ପବିତ୍ର ରାତିରେ ଭକ୍ତିର ସାଗରରେ ଡୁବି ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଲାଭ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। “ନନ୍ଦ ଘରେ ଆନନ୍ଦ ଭୟୋ, ଜୟ କନ୍ହେଇଆ ଲାଲ କି” ଧ୍ୱନିରେ ଆଜି ମୁଖରିତ ହେବ ସାରା ଦେଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।