Kuakhia Police: ନିଖୋଜ ଡାକ୍ତରୀ ଛାତ୍ରଙ୍କୁ ଘରଲୋକଙ୍କ ଜିମା ଦେଲା କୁଆଖିଆ ପୁଲିସ୍
"କୁଆଖିଆ/ରାଇରଙ୍ଗପୁର: ନିଖୋଜ ଡାକ୍ତରୀ ଛାତ୍ର ମୟୂରଭଞ୍ଜ ଜିଲ୍ଲା ତିରିଂରୁ ଉଦ୍ଧାର କରିବା ପରେ କୁଆଖିଆ ପୁଲିସ ଘର ଲୋକଙ୍କୁ ଜିମା ଦେଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ଗତ ୩୧ ଅଗଷ୍ଟ ଏମକେସିଜିର ଛାତ୍ର ତଥା ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପଳୀ ଗ୍ରାମର ରବୀନ୍ଦ୍ର ସାହୁଙ୍କ ପୁଅ ସାଗର ସାହୁ (୨୦) ବ୍ରହ୍ମପୁରରୁ ନିଖୋଜ ହୋଇଥିଲେ।
ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।Advertisment କଣ୍ଡକ୍ଟରଙ୍କ ମୋବାଇଲ୍ରେ ଘର ଲୋକଙ୍କୁ ଫୋନ୍ କରିଥିଲେ ସାଗର ପୁଲିସ ଓ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ।
ସାଗର ଝାଡ଼ଖଣ୍ଡ ରାଜ୍ୟର ଟାଟାରୁ ରାଇରାଙ୍ଗପୁରକୁ ଅଯଦ୍ଧ୍ୟା ଏକ ଘରୋଇ ବସରେ ଆସୁଥିବା ବେଳେ କଣ୍ଡକ୍ଟରଙ୍କ ମୋବାଇଲ୍ରେ ଘର ଲୋକଙ୍କୁ ଫୋନ୍ କରିଥିଲେ ସାଗର।
ଘର ଲୋକ ପୁଲିସକୁ ସୂଚନା ଦେବା ପରେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ତିରିଂ ଥାନା ପୁଲିସ ବସ୍ ପାଖକୁ ଯାଇ ସାଗରଙ୍କୁ ଉଦ୍ଧାର କରି ଥାନାରେ ରଖିଥିଲେ ।
ତେବେ ସାଗରଙ୍କୁ ନେବା ପାଇଁ ତିରିଂ ଥାନାକୁ କୁଆଖିଆ ପୁଲିସ ଓ ପରିବାର ଲୋକେ ଆସୁଥିବା ନେଇ ପୁଲିସ ସୁତ୍ରରୁ ଜଣାପଡ଼ିଥିଲା।
Sundargarh: ଜଙ୍ଗଲରୁ ୩୪ ହଜାର ଲିଟର ମହୁଲ ପୋଚ ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।