Kushabhadra river: କୁଶଭଦ୍ରା ନଦୀବନ୍ଧ ରାସ୍ତା ଶୋଚନୀୟ: ତାତିଲେ ସ୍ଥାନୀୟ ଲୋକେ, ପ୍ଲାକାର୍ଡ ଧରି ପ୍ରତିବାଦ
"ବାଲିଅନ୍ତା ବଜାର: ଭୁବନପୁରରୁ ଭିଙ୍ଗାରପୁରକୁ ସଂଯୋଗ କରୁଥିବା କୁଶଭଦ୍ରା ନଦୀବନ୍ଧ ରାସ୍ତା ଦୁରବସ୍ଥା ନେଇ ତାତିଛନ୍ତି ସ୍ଥାନୀୟ ଲୋକେ।
ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି।
ସୂଚନା ଅନୁଯାୟୀ, ଜଳସେଚନ ବିଭାଗ ଅଧୀନରେ ଥିବା ପ୍ରାୟ ୪ କିଲୋମିଟର ରାସ୍ତା ତିନି ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା।
ମାତ୍ର ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱ ଦବିଯିବା ଫଳରେ ଯାତାୟାତରେ ଗୁରୁତର ସମସ୍ୟା ଦେଖାଦେଇଛି।
ଏହାଦ୍ୱାରା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଛି।
ଏହି ରାସ୍ତା ଉପରେ ମଣ୍ଡାଗଡ଼, ପଟୁପଡ଼ା, କାକରୁଦ୍ରପୁର, ଭିଙ୍ଗାରପୁର, ବେଣ୍ଟପୁର ଓ ସତ୍ୟଭାମାପୁର ସମେତ ବିଭିନ୍ନ ଅଞ୍ଚଳର ଲୋକେ ନିର୍ଭର କରନ୍ତି।Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଗାଡ଼ି ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଯୋଗୁ ସାଧାରଣ ଲୋକଙ୍କ ଯାତାୟାତ ଯନ୍ତ୍ରଣାଦାୟକ ହୋଇପଡ଼ିଛି।
ବିଶେଷକରି ଦୁଇଚକିଆ ଯାନ ଚାଳକ ଓ ରାତିରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି।
ରାସ୍ତାର ଏଭଳି ଅବସ୍ଥା ପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକେ ରାସ୍ତାର ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି।
ନଚେତ୍ ଆଗାମୀ ଦିନରେ ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।
ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପୋଲ ନିର୍ମାଣ ପାଇଁ ରାତିତମାମ ଭାରୀଯାନ ଚଳାଚଳ କରିବା ଦ୍ୱାରା ରାସ୍ତାର ଉଭୟ ପାର୍ଶ୍ୱ ଦବିଯାଇଛି।
ଏହି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି, ଟେଣ୍ଡର ପ୍ରକ୍ରିୟା ସରିବା ପରେ ରାସ୍ତା ସଂପ୍ରସାରଣ କରାଯିବା ସହିତ ପିଚୁ କାର୍ଯ୍ୟ କରାଯିବ।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।