Lakhanpur Police: ଜମି କାଗଜପତ୍ରକୁ ନେଇ ପାରିବାରିକ ବିବାଦ:  ସାନ ଭାଇ ଆକ୍ରମଣରେ ବଡ଼ଭାଇର ଗଲା ଜୀବନ

Oct 06, 2026 - 13:00
Lakhanpur Police: ଜମି କାଗଜପତ୍ରକୁ ନେଇ ପାରିବାରିକ ବିବାଦ:  ସାନ ଭାଇ ଆକ୍ରମଣରେ ବଡ଼ଭାଇର ଗଲା ଜୀବନ

"ବ୍ରଜରାଜନଗର: ଲଖନପୁର ପୁଲିସ ଝାରସୁଗୁଡା ଜିଲ୍ଲା  ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ (ଖପରପଡ଼ା)ରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାସ କରିଛି ।

ଜମି କାଗଜପତ୍ର ଓ ଏମସିଏଲ କ୍ଷତିପୂରଣକୁ ନେଇ ପାରିବାରିକ ବିବାଦରେ ଉତ୍ତ୍ୟକ୍ତ ହୋଇ ସାନ ଭାଇ କିଶୋର ଓରାମ(୩୪) ଏକ କାଠ ଫାଳିଆ ନେଇ  ବଡ଼ ଭାଇ ସୁଦର୍ଶନଙ୍କ ମୁହଁ ଓ ମୁଣ୍ଡକୁ ଆକ୍ରମଣ କରିଥିଲା।

ଏହି ଆକ୍ରମଣରେ ସୁଦର୍ଶନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବ୍ରଜରାଜନଗର  ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।

ପୁଲିସ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।Advertisment କିଶୋରଙ୍କ ବିରୋଧରେ ଲଖନପୁର ଥାନା କେସ ନମ୍ବର ୨୭୪ ତା ୦୪.୧୦.୨୦୨୬, ଧାରା ୧୦୩(୧) ବିଏନଏସ ରେ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଗତ ୪ ତାରିଖ  ମଧ୍ୟାହ୍ନରେ  ମୃତକ ସୁଦର୍ଶନ ଓରାମ ଓ ନିଜ ପତ୍ନୀଙ୍କ ମଧ୍ୟରେ ଘର ଅଗଣା ସମ୍ମୁଖରେ କୌଣସି କଥାକୁ ନେଇ କଥା  କଟାକଟି ହୋଇଥିଲା।

ଏହି ସମୟରେ ଜମି କାଗଜପତ୍ର ଓ ଏମସିଏଲ କ୍ଷତିପୂରଣକୁ ନେଇ ପାରିବାରିକ ବିବାଦରେ ଉତ୍ତ୍ୟକ୍ତ ହୋଇ ସାନ ଭାଇ କିଶୋର ଓରାମ ଏକ କାଠ ଫାଳିଆ ଧରି ବଡ଼ ଭାଇ ସୁଦର୍ଶନଙ୍କ ମୁହଁ ଓ ମୁଣ୍ଡକୁ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ଅତ୍ୟଧିକରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କ  ମତ୍ୟୁ ହୋଇ ଯାଇଥିଲା।

ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ପରେ ଲଖନପୁର ପୁଲିସ ମାମଲା ରୁଜୁ କରି ଏସଆଇ ସସ୍ମିତା ଖୁଣ୍ଟିଆଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା।

ଜେରା ବେଳେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିବା ସହ ଲୁଚାଇ ରଖିଥିବା ରକ୍ତ ଲଗା ଖଟ ବାହି ଜବତ କରାଯାଇଛି।

ଯୌନ ନିର୍ଯାତନା ଅଭିଯୋଗ ପରେ ବି ପଦୋନ୍ନତି ପାଇଲେ ଦିଲ୍ଲୀ ପୁଲିସ ଅଫିସର ବିବେକ ଭଗତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।