Lakhpati Didi: ‘ଲକ୍ଷପତି ଦିଦି’ ଯୋଜନା: ସୁଯୋଗ ଓ ସଫଳତାର ଅନୁଭୂତି ବାଣ୍ଟିଲେ ଗ୍ରାମାଞ୍ଚଳର ମହିଳା

Sep 20, 2026 - 22:56
Lakhpati Didi: ‘ଲକ୍ଷପତି ଦିଦି’ ଯୋଜନା: ସୁଯୋଗ ଓ ସଫଳତାର ଅନୁଭୂତି ବାଣ୍ଟିଲେ ଗ୍ରାମାଞ୍ଚଳର ମହିଳା

"କେନ୍ଦୁଝର/ଚନ୍ଦୌଲି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ନେଇ ଦେଶବ୍ୟାପୀ ଉତ୍ସାହ ମଧ୍ୟରେ ଗ୍ରାମାଞ୍ଚଳର ମହିଳାମାନେ ସରକାରୀ ଯୋଜନାରୁ ମିଳିଥିବା ସୁଯୋଗ ଓ ସଫଳତାର ଅନୁଭୂତି ବାଣ୍ଟିଛନ୍ତି।

ଜାତୀୟ ଗ୍ରାମୀଣ ଜୀବିକା ମିସନ୍‌ (ଏନ୍‌ଆର୍‌ଏଲ୍‌ଏମ୍‌) ସହ ଜଡ଼ିତ ମହିଳାମାନେ ବିଶେଷକରି "ଲକ୍ଷପତି ଦିଦି" ପଦକ୍ଷେପ ଦ୍ୱାରା ଆର୍ଥିକ ଭାବେ ଆତ୍ମନିର୍ଭର ହେବାର ଅନୁଭୂତି ପ୍ରକାଶ କରିଛନ୍ତି।Advertisment କେନ୍ଦୁଝର ଜିଲ୍ଲାର ଜ୍ୟୋତ୍ସ୍ନାରାଣୀ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଗୋବିନ୍ଦପୁର ଗାଁର ଜ୍ୟୋତ୍ସ୍ନାରାଣୀ ମହାନ୍ତ ମଧ୍ୟ "ଲକ୍ଷପତି ଦିଦି" ଯୋଜନାର ସଫଳତାର ଉଦାହରଣ ହୋଇଛନ୍ତି।

ଯୋଜନା ଅଧୀନରେ ଏକ ଲକ୍ଷ ଟଙ୍କାର ଋଣ ପାଇ ସେ ସିଲେଇ ମେସିନ୍ କିଣିଥିବା ଏବଂ ସିଲେଇ କାମ କରି ରୋଜଗାର କରୁଥିବା କହିଛନ୍ତି।

ଏହା ଦ୍ୱାରା ପରିବାର ଚଳାଇବା ସହଜ ହୋଇଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ତାଙ୍କୁ ଦୀର୍ଘାୟୁ କରନ୍ତୁ, ଯାହାଫଳରେ ସେ ଦୀର୍ଘ ସମୟ ଧରି ଦେଶର ସେବା କରିପାରିବେ।

ଚନ୍ଦୌଲିର ୧୧ଟି ମୁସଲିମ୍ ପରିବାର ସେହିପରି ଉତ୍ତରପ୍ରଦେଶର ଚନ୍ଦୌଲିରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନେ ଏବେ ନିଜେ ବ୍ୟବସାୟ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। "ଓଡିଓପି" ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ଜରି-ଜରଦୋଜି କାମ ପ୍ରାୟ ୧୧ଟି ମୁସଲିମ୍ ପରିବାର ପାଇଁ ଆର୍ଥିକ ସହାୟତାର ମାଧ୍ୟମ ପାଲଟିଛି।

ମହିଳାମାନଙ୍କ କହିବା ଅନୁସାରେ, ଏନ୍‌ଆର୍‌ଏଲ୍‌ଏମ୍‌ ସହ ଯୋଡ଼ି ହେବା ପରେ ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଛି।

Tailoring: ସିଲେଇ କାମରୁ ନିଜେ ସ୍ୱାବଲମ୍ବୀ ହେବା ସହ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ମିନତୀ ଦେଶରେ କୋଟି କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ଆତ୍ମନିର୍ଭର ହେବା ଦିଗରେ ଆଗକୁ ବଢ଼ୁଛନ୍ତି।

ସରକାରଙ୍କ ଲକ୍ଷ୍ୟ ୩ କୋଟି ମହିଳାଙ୍କୁ "ଲକ୍ଷପତି ଦିଦି" କରିବା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।