Lal Krishna Advani Turns 100: ଶତାୟୁ ହେଲେ ଆଡଭାନୀ, ଛୁଟିଲା ଶୁଭେଚ୍ଛାର ସୁଅ

Nov 08, 2026 - 08:52
Lal Krishna Advani Turns 100: ଶତାୟୁ ହେଲେ ଆଡଭାନୀ, ଛୁଟିଲା ଶୁଭେଚ୍ଛାର ସୁଅ

ଶହେ ବର୍ଷରେ ପାଦ ଦେଲେ ବିଜେପି ବରିଷ୍ଠ ନେତା ତଥା ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ।

ଆଜିର ଦିନ ନଭେମ୍ବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏଲକେ ଆଡଭାନୀ।

ନଭେମ୍ବର ୮ ତାରିଖ ୧୯୨୭ ମସିହାରେ ପବିତ୍ର ଦେବ ଦୀପାବଳି ଦିନ ଜନ୍ମଗ୍ରହଣ କରିଥିଲେ।

୨୦୨୪ ମସିହାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।

ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା।

Advertisment ଆଡଭାନୀ ୩ ଥର ବିଜେପିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

୧୯୮୬ରୁ ୧୯୯୦, ୧୯୯୩ ରୁ ୧୯୯୮, ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।

୧୯୮୯ ମସିହାରେ ଆଡଭାନୀଙ୍କ ବିଜେପି ଅଧ୍ୟକ୍ଷତାରେ କଂଗ୍ରେସର ଆସନ ୪ଶହରୁ ୨ଶହକୁ ଖସିଆସିଥିଲା।

୧୯୯୬ ମସିହାରେ ବିଜେପି ପ୍ରଥମ ଥର ପାଇଁ ଏକକ ବୃହତ ଦଳ ଭାବେ ଉଭା ହୋଇଥିଲା।

ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।