Landslide Rescue Mission: ଭିଟାମାଟି ହେଲା ମୃତ୍ୟୁର ଫାଶ! ଭୂସ୍ଖଳନରେ ୨ ମୃତ, ଏବେ ବି ୧୧ ନିଖୋଜ
ଯେଉଁ ମାଟିକୁ ଦିନେ ନିଜର ଭିଟାମାଟି ବୋଲି ଭାବି ଜୀବନ ବିତାଉଥିଲେ ଲୋକେ, ଆଜି ସେହି ମାଟି ତଳେ ଚାପି ରହିଛି ଜୀବନର ଆଶା।
ଗିଡ଼ିପାବାଲିରେ ଭୟଙ୍କର ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମାଟି ଓ ପଥର ତଳୁ ଏଯାଏଁ ୨ ଜଣ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୧୧ ଜଣ ନିଖୋଜ ଅଛନ୍ତି।
ସେମାନଙ୍କ ଜୀବନକୁ ନେଇ ଆଶଙ୍କା ଲାଗି ରହିଛି।
Advertisment ନିଖୋଜଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ଦିନରାତି ଏକ କରିଦେଇଛନ୍ତି।
ପ୍ରତିଟି ମାଟି ଓ ପଥର ଖଣ୍ଡକୁ ହଟାଇ ଖୋଜାଖୋଜି ଚାଲିଛି।
ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ପ୍ରାୟ ୬ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ସେ ରେସ୍କ୍ୟୁ ଟିମ୍ ପାଖରେ ପହଞ୍ଚିଥିଲେ।
ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି କିପରି ନିଖୋଜଙ୍କୁ ଠାବ କରାଯାଇପାରିବ, ସେନେଇ ଆଲୋଚନା କରିଥିଲେ।
ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ପାଇଁ ପାଣିପାଗ ମଧ୍ୟ ଚିନ୍ତା ବଢ଼ାଇଛି।
ବାତ୍ୟା 'ମୁରାସୁ' ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି।
ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ରହିଛି।
ଆସନ୍ତାକାଲି ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ।
Advertisment ମାଟି ତଳେ ନିଖୋଜଙ୍କ ଜୀବନ, ଉପରେ ଲଗାଣ ବର୍ଷାର ଭୟ।
ଏଭଳି ସ୍ଥିତିରେ ଗିଡ଼ିପାବାଲିରେ ଉଦ୍ଧାରକାରୀଙ୍କ ପ୍ରତିଟି ମୁହୂର୍ତ୍ତ ଏବେ ନିର୍ଣ୍ଣାୟକ।
ସମସ୍ତଙ୍କ ଆଶା, ନିଖୋଜଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।