Landslides: ଘାଟିରେ ମାଟି ଅତଡ଼ା ଖସିଲା, ଝରିଗୁମ୍ମା-କଳାହାଣ୍ଡିକୁ ଯୋଗାଯୋଗ ବିଛିନ୍ନ

Sep 26, 2026 - 21:52
Landslides: ଘାଟିରେ ମାଟି ଅତଡ଼ା ଖସିଲା, ଝରିଗୁମ୍ମା-କଳାହାଣ୍ଡିକୁ ଯୋଗାଯୋଗ ବିଛିନ୍ନ

"ତେନ୍ତୁଳିଖୁଣ୍ଟି (ସୁଶାନ୍ତ କୁମାର ଶତପଥୀ): ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଝରିଗୁମ୍ମା ସଦର ପଂଚାୟତ ଠାରୁ କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ବାବ୍ଲି ଘାଟିରେ ମାଟି ଅତଡ଼ା ଓ ପଥର ଖସି ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ଫଳରେ ଝରିଗୁମ୍ମା-କଳାହାଣ୍ଡିକୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଛି।

ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ଏଭଳି ସ୍ଥିତି ହୋଇଛି।

ଝରିଗୁମ୍ମା ସଦର ପଂଚାୟତ ଠାରୁ କଳାହାଣ୍ଡି ଜିଲ୍ଲାର ଜୟପାଟଣାକୁ ୧୭ କିଲୋମିଟର ଦୂରତା ରହିଛି।

Advertisment ଗଝରିଗୁମ୍ମା ଠାରୁ କଳାହାଣ୍ଡି ଜିଲ୍ଲାର ଜୟପାଟଣା ସହରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସଂଯୋଗୀକରଣ ରାସ୍ତା ନିର୍ମାଣ ହେବାପରେ ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା।

ଉଭୟ ଜିଲ୍ଲାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟତ କରୁଛନ୍ତି।

ଏହି ରାସ୍ତାରେ ଦୈନିକ ଶତାଧିକ ଗାଡ଼ି ମଟର ଚଳାଚଳ କରୁଛି।

ଜୟପାଟଣା ସହର କୁ ଦୂରତା କମ ପଡୁଥିବାରୁ ଝରିଗୁମ୍ମା ପଂଚାୟତବାସି ବାବ୍ଲି ଘାଟି ରାସ୍ତାରେ ବଡ଼ କର୍ଲାଘାଟ ଦେଇ ଜୟପାଟଣାକୁ ଯାତାୟତ କରୁଛନ୍ତି।

ହେଲେ ଲଗାଣ ବର୍ଷା ଯୋଗୁଁ ବାବ୍ଲି ଘାଟି ରାସ୍ତାରେ ମାଟି ଅତଡ଼ା ଓ ପାହାଡ଼ର ପଥର ଖସି ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଛି।

Landslide : ଲଗାଣ ବର୍ଷାରେ ମାଟି ଅତଡ଼ା ଖସିଲା, ଯାତାୟତରେ ବାଧା ଝରିଗୁମ୍ମା ସରପଞ୍ଚ ମନମୋହନ ଦଳପତି, ୱାର୍ଡ ସଭ୍ୟ ବୁଦନ ବାଘ, ତପନ ହରିଜନ, ଅଭିମନ୍ୟୁ ହରିଜନ ମାଟି ଅତଡ଼ା ଖସିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରି ବଡ଼ କର୍ଲାଘାଟ ସରପଞ୍ଚ ଚଞ୍ଚଳା ନାୟକଙ୍କ ସହ ଆଲୋଚନା କରିଛନ୍ତି।

ସ୍ଥାନୀୟ ବିଡିଓ ମନୋଜ ପାଣିଗ୍ରାହୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରାଯାଇ ଯାତାୟତ ସ୍ୱାଭାବିକ କରିବା ପାଇଁ ଅବଗତ କରାଯାଇଥିବା ସରପଞ୍ଚ ଶ୍ରୀ ଦଳପତି କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।