OHRC: ବିସ୍ଥାପିତଙ୍କ ଅଧିକାର ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

Sep 26, 2026 - 22:56
OHRC: ବିସ୍ଥାପିତଙ୍କ ଅଧିକାର ନେଇ ଓଏଚ୍‌ଆର୍‌ସିରେ ଅଭିଯୋଗ

"ଭୁବନେଶ୍ବର: ବିକାଶର ଦ୍ୱାହି ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶିଳ୍ପ ସ୍ଥାପନା ପାଇଁ ଜମି ଅଧିଗ୍ରହଣ ଆଇନକୁ ଖୋଲା ଉଲ୍ଲଂଘନ କରାଯାଇଛି।

ବିସ୍ଥାପିତଙ୍କ ହକ୍‌ ତଥା ଅଧିକାରକୁ ସରକାରୀ ଫାଇଲ ତଳେ କବର ଦେଇ ସେମାନଙ୍କ ପରିବାରଗୁଡ଼ିକୁ ବିସ୍ଥାପିତ ପ୍ରମାଣପତ୍ର, ନିଯୁକ୍ତି ଓ ସେମାନଙ୍କ ମୌଳିକ ଅଧିକାରକୁ ଅଣଦେଖା କରାଯାଉଥିବା ଅଭିଯୋଗରେ ସିଭିଲ ସୋସାଇଟି ପକ୍ଷରୁ ବିଶ୍ୱନାଥ ପାତ୍ରଓଏଚ୍‌ଆର୍‌ସିର ଦ୍ୱାରସ୍ଥ ହୋଇଛନ୍ତି।

Advertisment ଏନେଇ ଇଡ୍‌କୋ କଳିଙ୍ଗନଗର କର୍ତ୍ତୃପକ୍ଷଙ୍କ ସହ ଯାଜପୁର ଜିଲ୍ଲାପାଳ, ରାଜ୍ୟ ଇସ୍ପାତ ଓ ଖଣି ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରି ଘଟଣାର ତ୍ୱରିତ୍‌ ତଦନ୍ତ କରି ବିସ୍ଥାପିତ ପରିବାରଗୁଡ଼ିକୁ ଅବିଳମ୍ବେ ଅଧିକାର ପ୍ରଦାନ କରିବାକୁ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୁଜାହାରୀଙ୍କ ନିକଟରେ ସେ ଅଭିଯୋଗ କରିଥିବା ଜଣାଇଛନ୍ତି।

ଉକ୍ତ ଅଭିଯୋଗର ତଦନ୍ତ କରି କମିଶନଙ୍କ ପକ୍ଷରୁ ଯଥାଶୀଘ୍ର ରିପୋର୍ଟ ତଲବ କରି ଉକ୍ତ ମାମଲାର ବିଚାର କରିବାକୁ ଦାବି କରାଯାଇଛି।

କେନ୍ଦ୍ରାପଡ଼ା ନରହରି ହତ୍ୟା ମାମଲା‌ରେ ଓଏଚ୍‌ଆର୍‌ସିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।