Landslides: ମାଛଘାଟିରେ ଭୂସ୍ଖଳନ, ପାହାଡ଼ ଧସି ଧୋଇଗଲା ରାସ୍ତା
"କାଲିମେଳା (ଦୁଶାସନ ମହାପାତ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କାଲିମେଳାରେ ଅନେକ କ୍ଷୟକ୍ଷତି ହୋଇଥିବାର ଜଣାପଡ଼ିଛି।
ଭୂସ୍ଖଳନ ଯୋଗୁଁ ୩ଦିନ ଧରି ଜାତୀୟ ରାଜପଥ ବୁଡ଼ି ରହିବା ସହିତ ଅନେକ ସ୍ଥାନରେ ଘର ଓ ଗଛ ଭାଂଗି ଉପୁଡ଼ି ପଡ଼ିଛି।
ହେଲେ ବ୍ୟାପକ କ୍ଷତି ହୋଇଛି କାଲିମେଳା ବ୍ଳକ ଅନ୍ତର୍ଗତ ତେଲରାଇ ପଂଚାୟତର ମାଛଘାଟି ନିକଟରେ ଥିବା ମୁଖ୍ୟରାସ୍ତା।
Advertisment ଏହି ମାଛଘାଟି ନିକଟରେ ପାହାଡ଼ ଧସି ପ୍ରାୟ୍ର ଶହେ ମିଟର ରାସ୍ତା ଧୋଇନେଇଥିବାର ଦେଖିବାକୁ ମିଳିଛି।
ରାସ୍ତା ଉପରେ ପାହାଡ଼ ଉପରୁ ଧସିଥିବା ମାଟି, ପଥର ଓ ଗଛ ସବୁ ରାସ୍ତା ଉପରେ ପଡ଼ିଥିବାବେଳେ ରାସ୍ତାର ଚିହ୍ନବର୍ଣ୍ଣ ନାହିଁ।
ଗତ ଗୁରୁବାର ଦିନ ବାତ୍ୟାର ପ୍ରଭାବରେ ଏହିପରି ଅବସ୍ଥା ହୋଇଛି।
ଏହି ମାଛଘାଟି ଦେଇ କାଲିମେଳା ବ୍ଳକର ତେଲରାଇ ଓ ମାନ୍ୟମକୋଣ୍ଡା ପଂଚାୟତର ୮ଖଣ୍ଡ ଗାଁକୁ ୩ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହୋଇଥିଲା।
ତେବେ ଗୁରୁବାର ଦିନ ଠାରୁ ଘାଟି ଉପରେ ଥିବା ଏହି ସବୁ ଗାଁଗୁଡ଼ିକୁ ଯୋଗାଯୋଗ ଏକ ପ୍ରକାର ବନ୍ଦ ହୋଇଯାଇଛି।
ଫଳରେ ଘାଟି ଉପରେ ଥିବା ହଜାର ହଜାର ଲୋକ ଏବେ ବାହ୍ୟଜଗତରୂ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଛନ୍ତି।
ଏହି ସବୁ ଗ୍ରାମର ଲୋକମାନେ ଏବେ କାଲିମେଳା ବ୍ଳକକୁ ଆସିବାକୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ବୋଲି କହିଛନ୍ତି।
ବର୍ଷାରେ ମାଛଘାଟି ସହିତ ଚିତ୍ରକୋଣ୍ଡା ବ୍ଳକର କୁର୍ମାନୁର ଓ ପପୁଲୁର ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର କମଳାପଦର, ସାଇଲୁର, ଗୁଣ୍ଠାବେଡ଼ା, ଆମ ପଦର ନିକଟରେ ଅନେକ ବଡ଼ବଡ଼ ଗଛ ରାସ୍ତା ଉପରେ ପଡ଼ି ମୁଖ୍ୟରାସ୍ତାକୁ ଅବରୋଧ କରିଦେଇଛି।
ଖବର ପାଇ କାଲିମେଳାରୁ ଏକ ଓଡ଼୍ରାଫ ଟିମ ଏହି ସବୁ ଗ୍ରାମକୁ ଗଛକାଟି ସଫା କରିବାକୁ ଯାଉଥିବାବେଳେ ମାଛଘାଟି ନିକଟରେ ଅଟକି ରହିଯାଇଥିବାର ଦେଖିବାକୁ ମିଳିଛି।
ରାସ୍ତା ଧସିବା ଯୋଗୁଁ ଆଗକୁ ଆଉ ଯିବା ସମ୍ଭବ ନ ଥିବାରୁ ସେହିଠାରେ ଓଡ଼୍ରାଫ ଟିମ ଅଧାବାଟରେ ଅଟକି ରହିଥିବାର କହିଛନ୍ତି ଓଡ଼୍ରାଫ ଟିମର ଇନସପେକ୍ଟର ଶଂକର ପ୍ରସାଦ ବେହେରା।
ତେବେ ପାହାଡ଼ ଧସିଥିବା ରାସ୍ତାକୁ ସଫା କରିବାକୁ ୨ରୁ ୩ଦିନ ଲାଗିବାର ସମ୍ଭାବନା ରହିଥିବାରୁ ଏହି ରାସ୍ତା ସଫାହେଲା ପରେ ଯାଇ ଗଛକଟା ଆରମ୍ଭ ହେବ ବୋଲି ଜଣାପଡ଼ଇଛି।
Sikkim Landslide: ସିକିମରେ ପ୍ରବଳ ବର୍ଷା: ରିମ୍ବି ଗାଁରେ ଭୂସ୍ଖଳନ, ବହୁ ଘର ଭାଙ୍ଗି ଚୂରମାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।