Tata Aeris: ଭାରତୀୟ ବଜାରରେ ଲଞ୍ଚ୍ ହେଲା ଟାଟା ର ନୂଆ କମ୍ପାକ୍ଟ ସେଡାନ୍ 'ଏରିସ'
"ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ ବଜାରରେ ନିଜର ଆଧିପତ୍ୟ ଜାହିର କରିଥିବା ଟାଟା ମୋଟର୍ସ ଏକ ନୂଆ କମ୍ପାକ୍ଟ ସେଡାନ୍ କାର୍ 'ଟାଟା ଏରିସ' ଆଧିକାରିକ ଭାବେ ଲଞ୍ଚ୍ କରିଛି।
କମ୍ପାନୀ tataଏହି କାର୍ର ପ୍ରାରମ୍ଭିକ ଏକ୍ସ-ଶୋ'ରୁମ୍ ମୂଲ୍ୟ ୫.୨୯ ଲକ୍ଷ ଟଙ୍କା ରଖିଥିବା ବେଳେ ଏହାର ଟପ୍-ଏଣ୍ଡ୍ ଭାରିଆଣ୍ଟର ମୂଲ୍ୟ ୯.୧୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ଏହି କାର୍ଟି ପେଟ୍ରୋଲ୍ ସହିତ ଟାଟାର ପ୍ରସିଦ୍ଧ ଟ୍ବିନ୍-ସିଲିଣ୍ଡର ଆଇସିଏନଜି ଟେକ୍ନୋଲୋଜିରେ ବିକ୍ରି ପାଇଁ ଉପଲବ୍ଧ ହେବ।Advertisment ଆକର୍ଷଣୀୟ ଡିଜାଇନ୍ ଓ ଲୁକ୍ନୂଆ ଟାଟା ଏରିସର ଲୁକ୍ ବେଶ୍ ପ୍ରିମିୟମ୍ ଓ ଆକର୍ଷଣୀୟ ହୋଇଛି।
ଏଥିରେ ସ୍ଲିକ୍ ଫ୍ରଣ୍ଟ ଗ୍ରିଲ୍, ଶାର୍ପ ଏଲଇଡ଼ି ହେଡଲ୍ୟାମ୍ପ, ସ୍ପୋର୍ଟି ଏଲଇଡ଼ି ଡିଆରଏଲ ଏବଂ ପଛ ଭାଗରେ କନେକ୍ଟେଡ୍-ଷ୍ଟାଇଲ୍ ଟେଲଲାଇଟ୍ସ ଦିଆଯାଇଛି।
ଖରାପ ରାସ୍ତାରେ ସହଜରେ ଯାତାୟାତ ପାଇଁ ଏଥିରେ ୧୫-ଇଞ୍ଚର ଆଲୟ ହ୍ବିଲ୍ସ ସହ ୧୭୦ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳୁଛି।
ଆହୁରି ପଢନ୍ତୁ: Balasore-Bhadrak Cooperative Bank: ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ: ୩୩୪ କୋଟି ଋଣ ଅନାଦେୟ, ଓଟିଏସ୍ ପରେ ବି ସୁଧୁରୁନି ସ୍ଥିତି କାର୍ ଭିତରେ ଗ୍ରାହକଙ୍କ ସୁବିଧା ପାଇଁ ଆଧୁନିକ ଫିଚର୍ସ ଦିଆଯାଇଛି | ଏଥିମଧ୍ୟରେ ୧୦.୨୫-ଇଞ୍ଚ ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ ସିଷ୍ଟମ୍ (ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍ପ୍ଲେ ସପୋର୍ଟ ସହ), ୩୬୦-ଡିଗ୍ରୀ ସରାଉଣ୍ଡ ଭ୍ୟୁ କ୍ୟାମେରା, ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ଏବଂ ଇଣ୍ଟିଗ୍ରେଟେଡ୍ ଡ୍ୟାଶ୍କ୍ୟାମ, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଓ ରିୟର ଏସି ଭେଣ୍ଟସ୍ ଦିଆଯାଇଛି।
ସୁରକ୍ଷା ଦୃଷ୍ଟିରୁ ଏଥିରେ ୬ଟି ଏୟାରବ୍ୟାଗ୍, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ୍ (ESP), ଟାୟାର ପ୍ରେସର ମୋନିଟରିଂ ସିଷ୍ଟମ୍ ଏବଂ ISOFIX ଚାଇଲ୍ଡ ସିଟ୍ ଆଙ୍କର୍ ଭଳି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର୍ସ ରହିଛି।
ଆହୁରି ପଢନ୍ତୁ: Uttar Pradesh: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲା ଭାରତୀୟ ବଜାରରେ ଟାଟା ଏରିସର ସିଧାସଳଖ ମୁକାବିଲା ମାରୁତି ସୁଜୁକି ଡିଜାୟାର, ହ୍ୟୁଣ୍ଡାଇ ଓରା ଏବଂ ହୋଣ୍ଡା ଆମେଜ୍ ଭଳି ପୂର୍ବରୁ ଥିବା ସେଡାନ୍ କାର୍ ଗୁଡ଼ିକ ସହ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।