Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

Aug 28, 2026 - 00:51
Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

"ବୈଶିଙ୍ଗାା (ଦୀପକ କୁମାର ସିଂହ): ରକ୍ତର ସମ୍ପର୍କ କେତେ ଯେ ଗଭୀର, ତାହାର ଅର୍ଥ ଶେଷ ସମୟରେ ବୁଝାଯାଏ।

କିନ୍ତୁ ବୈଶିଙ୍ଗା ଅଞ୍ଚଳରେ ଘଟିଥିବା ଏକ ଘଟଣା ଏବେ ମାନବିକତା ଓ ପାରିବାରିକ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।

ବାପାଙ୍କ ମୃତ୍ୟୁ ଖବର ପାଇ ମଧ୍ୟ ଏକମାତ୍ର ପୁଅ ଶେଷ ଦର୍ଶନ ପାଇଁ ଆସିନଥିବା ବେଳେ, ଶେଷରେ ଝିଅ ହିଁ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି।Advertisment ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ସନ୍ତରା ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ବରିଷ୍ଠ ଗାନ୍ଧିବାଦୀ ନେତା ସୁଦାମ କୁମାର ସାହୁଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ କିଛିଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ତାଙ୍କ ମୃତଦେହକୁ ପୈତୃକ ଗ୍ରାମ ତିଳଦାକୁ ଅଣାଯାଇଥିଲା।

ଗାଁ ଶ୍ମଶାନରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶେଷ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିଥିଲେ।

ଜଣେ ପରିଚିତ ସାମାଜିକ ଓ ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ତେବେ ଏହି ଶୋକାକୁଳ ପରିବେଶ ମଧ୍ୟରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ମର୍ମାହତ କରିଥିଲା।

ସୁଦାମଙ୍କ ଏକମାତ୍ର ପୁଅ ରାଜେଶ, ଯିଏ ଅଧ୍ୟାପକ ଭାବେ କାର୍ଯ୍ୟରତ ବୋଲି ଜଣାପଡ଼ିଛି, ବାପାଙ୍କ ଶେଷ ସମୟରେ ନିକଟରେ ନଥିଲେ।

ସ୍ଥାନୀୟଲୋକଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୮ ବର୍ଷ ଧରି ବାପା-ପୁଅଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା।

ଏହି କାରଣରୁ ରାଜେଶ ବାରିପଦାରେ ନିଜ ପରିବାର ସହ ରହୁଥିବା କୁହାଯାଉଛି।ଅନ୍ୟପଟେ, ସୁଦାମଙ୍କ ଦୁଇ ଝିଅ ବିବାହ ପରେ ମଧ୍ୟ ବାପାଙ୍କ ଦାୟିତ୍ୱରୁ ଦୂରେଇ ଯାଇନଥିଲେ।

ବାପାଙ୍କ ଅସୁସ୍ଥତା ସମୟରେ ଚିକିତ୍ସା ପାଇଁ ଭୁବନେଶ୍ୱର ନେବାଠାରୁ ଆରମ୍ଭ କରି ତାଙ୍କ ଯତ୍ନ ନେବା ପର୍ଯ୍ୟନ୍ତ ଝିଅମାନେ ଆଗରେ ରହିଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ବାପାଙ୍କ ମୃତ୍ୟୁ ପରେ ବଡ଼ ଝିଅ ସସ୍ମିତା ଚୌଧୁରୀ (ଜୁଲି) ଭାଇଙ୍କୁ ଶେଷକୃତ୍ୟରେ ସାମିଲ କରିବା ପାଇଁ ବାରିପଦା ଯାଇଥିବା କୁହାଯାଉଛି।

କିନ୍ତୁ ସେଠାରେ ଭାଇ ଘରର ଦୁଆର ଖୋଲିନଥିବା ଏବଂ ଶେଷକୃତ୍ୟ ପାଇଁ ଆସିନଥିବା ଅଭିଯୋଗ ହୋଇଛି।

ଶେଷରେ ବାପାଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ଝିଅ ହିଁ ମୃତଦେହରେ ମୁଖାଗ୍ନି ଦେଇଥିଲେ।

ଏହି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।

ଯେଉଁଠି ବାପାଙ୍କ ଶେଷ ଯାତ୍ରାରେ ପୁଅର କାନ୍ଧ ଆଶା କରାଯାଏ, ସେଠି ଝିଅ ହୋଇ ମଧ୍ୟ ସସ୍ମିତା ବାପାଙ୍କ ଶେଷ ଦାୟିତ୍ୱ ନିର୍ବାହ କରିବା ଘଟଣା ଅନେକଙ୍କ ଆଖିରେ ଲୁହ ଆଣିଥିଲା।

Death: ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଶିକ୍ଷକ ମୃତ, ଜଣେ ଗୁରୁତର ତେବେ ବାପା-ପୁଅଙ୍କ ମଧ୍ୟରେ ଥିବା ପୁରୁଣା ମନୋମାଳିନ୍ୟ ଏତେ ଗଭୀର ଥିଲା କି, ବାପାଙ୍କ ଶେଷ ମୁହୂର୍ତ୍ତରେ ମଧ୍ୟ ସେହି ଦୂରତା କମିଲା ନାହିଁ—ଏହି ପ୍ରଶ୍ନ ଏବେ ଅଞ୍ଚଳବାସୀଙ୍କ ମନରେ ଉଠିଛି।

ଘଟଣାକୁ ନେଇ ଅନେକେ ଦୁଃଖ ପ୍ରକାଶ କରିବା ସହ, ପାରିବାରିକ ବିବାଦ ଓ ଅଭିମାନ ଯେପରି ଜୀବନର ଶେଷ ସତ୍ୟଠାରୁ ବଡ଼ ନହୋଇଯାଏ, ସେଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ନିଜ ଲୋକଙ୍କ ସହ ମନୋମାଳିନ୍ୟ ଥାଇପାରେ, ଅଭିମାନ ଥାଇପାରେ; କିନ୍ତୁ ମୃତ୍ୟୁ ଆଗରେ ସେସବୁର ମୂଲ୍ୟ କ"ଣ?

ସୁଦାମଙ୍କ ଶେଷଯାତ୍ରା ଛାଡ଼ିଯାଇଥିବା ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।